କିଭ୍ ଉପରେ ଋଷ୍‌ର ଡ୍ରୋନ୍ ଆକ୍ରମଣ; ସମସ୍ତ ଯୁଦ୍ଧାସ୍ତ୍ରକୁ ମାରି ଖସାଇଲା ୟୁକ୍ରେନ ସେନା

Published By : Prameya-News7 Bureau | July 03, 2023 IST

ନୂଆଦିଲ୍ଲୀ,୦୩/୦୭: ୧୨ ଦିନର ଶାନ୍ତି ପରେ ପୁଣି ଅଶାନ୍ତ ହେଲା ୟୁକ୍ରେନ । ରବିବାର ଋଷ୍ ସେନା ରାଜଧାନୀ କିଭ୍ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା ମସ୍କୋ । ଗୋଟିଏ ପରେ ଗୋଟିଏ ଡ୍ରୋନ୍ ହମଲା କରିଚାଲିଥିଲେ ଋଷ୍ ସୈନ୍ୟ । ହେଲେ ଏହାର ଦୃଢ ଜବାବ ଦେଇଥିଲା ୟୁକ୍ରେନ ସେନା । ସମସ୍ତ ଡ୍ରୋନକୁ ମାରି ଖସାଇ ଦେଇଥିଲା । କିଭ୍ ଗଭର୍ଣ୍ଣର ରୁସଲାନ୍ କ୍ରାଭଚେଙ୍କୋ କହିଛନ୍ତି, ଡ୍ରୋନର ଭଗ୍ନାବଶେଷ ଦ୍ବାରା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଏହା ବ୍ୟତୀତ କୌଣସି କ୍ଷତି ହୋଇନାହିଁ।

wp:embed {"url":"https://www.prameyanews7.com/manipur-kuki-groups-lift-blockade/","type":"wp-embed","providerNameSlug":"prameya-news-7"}
https://www.prameyanews7.com/manipur-kuki-groups-lift-blockade/
/wp:embed

ଡ୍ରୋନ୍ ଓ ମିଶାଇଲରେ ଆକ୍ରମଣ କରିଥିଲା ଋଷ ସେନା । ୟୁକ୍ରେନ ବାୟୁସେନା ଦାବି କରିଛି, ରବିବାର ଋଷ ୮ଟି ଡ୍ରୋନ୍ ଏବଂ ତିନୋଟି କ୍ୟାଲେବର ମିସାଇଲ ଦ୍ବାରା କିଭ୍ ଉପରେ ଆକ୍ରମଣ କରିଥିଲା । କିନ୍ତୁ ସମସ୍ତ ମିସାଇଲକୁ କାଉଣ୍ଟର ଆଟାକ୍ କରିଛି ୟୁକ୍ରେନ । ଋଷ୍ ସେନା ଅନ୍ୟ ୨୭ଟି ସ୍ଥାନରେ ବୋମା ମାଡ଼ କରିଥିଲା । ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ପ୍ରଥମ ଥର, ଋଷ ସୈନ୍ୟ ୧୨ ଦିନ ଧରି ଲଗାତାର କିଭ୍ ଉପରେ ଆକ୍ରମଣ କରିନଥିଲା। ହେଲେ ରବିବାର ସିଧା ଡ୍ରୋନ୍ ଷ୍ଟାଇକ୍ କରିଥିଲା ।  

ପୂର୍ବ ୟୁକ୍ରେନ ଏବଂ ଖେରସନ ପ୍ରଦେଶରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସେଠାରେ ହୋଇଥିବା କ୍ଷୟକ୍ଷତି ବିଷୟରେ କୌଣସି ଠୋସ୍ ସୂଚନା ନାହିଁ। ଏହି ସମୟରେ, ବାଖମୁଟ ସହରକୁ ନିଜ କବଜାକୁ ନେବା ୟୁକ୍ରେନ ସେନା ଉଭୟ ପାର୍ଶ୍ୱରୁ ଆକ୍ରମଣ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.