ଟ୍ରମ୍ପଙ୍କ ଚେତାବନୀକୁ ମାନିଲାନି ଋଷ୍ ! ୟୁକ୍ରେନ ଉପରେ ୩୦ ମିଶାଇଲ୍ ଓ ୩୦୦ ଡ୍ରୋନ୍ ମାଡ଼ କଲା ପୁଟିନ ସେନା

Published By : Prameya-News7 Bureau | July 20, 2025 IST

News7

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀକୁ ମାନିଲାନି ଋଷ୍। ୟୁକ୍ରେନ୍ ଉପରେ ମିଶାଇଲ ବର୍ଷା କଲା ପୁଟିନ ସେନା। ୪୮ ଘଣ୍ଟାରେ ଋଷ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଡ୍ରୋନ୍ ଏବଂ ମିସାଇଲ ମାଡ଼। ଏକାବେଳକେ ୩୦ ମିଶାଇଲ୍ ଓ ୩୦୦ଟି ଡ୍ରୋନ୍ ଆଟାକ୍‌। ଏହି ଆକ୍ରମଣରେ କୃଷ୍ଣସାଗର ବନ୍ଦର ସହର ଓଡେସାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ୬ ଜଣ ଆହତ ହୋଇଛନ୍ତି । ଆବାସିକ କୋଠାରେ କ୍ଷତିଗ୍ରସ୍ତ ହୋଇଛି । 

ଋଷ ଆକ୍ରମଣ ପରେ ୟୁକ୍ରେନ ସେନା କହିଛି ଯେ, ୨୦୮ଟି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ସଫଳତାପୂର୍ବକ ଖସାଇ ଦିଆଯାଇଛି । ଋଷିଆର ଡ୍ରୋନ୍ ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଜୁଲାଇ ୮ରେ ଏକ ବଡ଼ ଆକ୍ରମଣ ହୋଇଥିଲା । ୭୦୦ ରୁ ଅଧିକ ଡ୍ରୋନ୍ ଆକ୍ରମଣ ହୋଇଥିଲା ଯାହା ଏପର୍ଯ୍ୟନ୍ତ ସର୍ବାଧିକ ।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେସ୍କି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ୟୁକ୍ରେନୀୟ ସହର ଉପରେ ୩୦୦ରୁ ଅଧିକ ଡ୍ରୋନ୍ ଏବଂ ୩୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଗତ ରାତିରେ, ବିଭିନ୍ନ ୟୁନିଟର ଆମର ଯୋଦ୍ଧାମାନେ ଋଷିଆ ଆକ୍ରମଣକୁ ପ୍ରତିହତ କରିଛନ୍ତି । ଲକ୍ଷ୍ୟ ନିପାତ ଏବେ ବି ଜାରି ରହିଛି । ଓଡେସାରେ ଆହତ ୬ଜଣଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି । ଉତ୍ତର-ପୂର୍ବ ସୁମି ଅଞ୍ଚଳର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ।

ୟୁକ୍ରେନକୁ ଅସ୍ତ୍ର ପଠାଇବାକୁ ଯୋଜନା କରିଛନ୍ତି ଟ୍ରମ୍ପ । ୫୦ ଦିନ ମଧ୍ୟରେ ଯୁଦ୍ଧବିରତି ଉପରେ ରାଜି ନ ହେଲେ ଋଷକୁ କଠୋର ଶୁଳ୍କ ଦେବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ନିରାଶ କରିଛନ୍ତି । ମୁଁ ପ୍ରାୟ କାହାକୁ ବିଶ୍ୱାସ କରେ ନାହିଁ।" 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.