୩୦ ମିସାଇଲ ମାଡ଼ କଲା ଋଷ, ୧୫ଟିକୁ ଗୁଳି କରି ଖସାଇଲା ୟୁକ୍ରେନ୍

Published By : Prameya-News7 Bureau | January 26, 2023 IST

ନୂଆଦିଲ୍ଲୀ: ଗୁରୁବାର ୟୁକ୍ରେନ୍ ଉପରେ ମିସାଇଲ୍‌ ବର୍ଷା କରିଛି ଋଷ। କେବଳ ମିସାଇଲ୍ ନୁହେଁ, ଆତ୍ମଘାତୀ ଡ୍ରୋନ୍‌ରେ ଯୋଗେ ମଧ୍ୟ ଋଷ ଆକ୍ରମଣ କରିଛି ବୋଲି କିଭ୍ ସୂଚନା ଦେଇଛି। ତେବେ ଆକ୍ରମଣରେ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ। ବୁଧବାର ଆମେରିକା ଓ ଜର୍ମାନୀ ୟୁକ୍ରେନ୍‌କୁ ଯୁଦ୍ଧ ଟ୍ୟାଙ୍କ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଘୋଷଣା କରିବା ପରେ ଋଷ ଏହି ଆକ୍ରମଣ କରିଛି ବୋଲି କିବ୍ କହିଛି।   

ୟୁକ୍ରେନ ଏୟାର ଫୋର୍ସ ପ୍ରବକ୍ତା ୟୁରିୟି ଇହନତଙ୍କ ସୂଚନା ଅନୁସାରେ ଋଷ ୟୁକ୍ରେନ୍ ଉପରେ ୩୦ ମିସାଇଲ୍ ମାଡ଼ କରିଥିଲା। ଋଷ ମୁରମନସ୍କ ଓବ୍ଲାଷ୍ଟରୁ ୬ଟି ଟିୟୁ-୯୫ ଏୟାରକ୍ରାଫ୍ଟରୁ ଏହି ମିସାଇଲ୍ ମାଡ଼ କରିଥିଲା।

ତେବେ ଋଷ ଫଠାଇଥିବା ଆତ୍ମଘାତୀ ଡ୍ରୋନ୍ ମଧ୍ୟରୁ ୨୪ଟିକୁ ୟୁକ୍ରେନ ଆଣ୍ଟି ଏୟାରକ୍ରାଫ୍ଟ ପ୍ରତିରକ୍ଷା ବିଭାଗ ଗୁଳି କରି ଖସାଇ ଦେଇଛି। ରାଜଧାନୀ କିଭ୍‌ରେ ପାଖାପାଖି ୧୫ଟି ଡ୍ରୋନ୍‌କୁ ଗୁଳି କରି ଖସାଇ ଦିଆଯାଇଛି ବୋଲି ବାୟୁସେନା ମୁଖ୍ୟ କହିଛନ୍ତି। ତେବେ କିଭ୍‌ରେ କୌଣସି କ୍ଷୟକ୍ଷତି ରିପୋର୍ଟ ଆସି ନାହିଁ ବୋଲି ସେ କହିଛନ୍ତି।

ଋଷ ଆକ୍ରମଣ ଜାରି ରଖିଥିବାରୁ ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ତା ସହିତ ଆକାଶରେ ବିସ୍ଫୋରଣ ସତର୍କତାମୁଳକ ସାଇରନ ବି ବଜାଯାଉଛି।

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.