scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ରେମଲିନ୍ ଡ୍ରୋନ୍ ଆଟାକ୍‌ ପରେ ଋଷ ନେଲା ବଦଲା, ଖାରସେନ୍ ଷ୍ଟେସନ-ସୁପର ମାର୍କେଟରେ ହମଲା, ୨୧ ମୃତ

4/05/2023 at 10:33 AM

ଖାରସେନ୍ ୦୪/୦୫: କ୍ରେମଲିନ୍ ଡ୍ରୋନ୍ ଆଟାକ୍‌ ପାଲଟା ଜବାବା ଦେଲା ଋଷ । ୟୁକ୍ରେନ୍ ଉପରେ ଋଷର ପୁଣି ପ୍ରଚଣ୍ଡ ହମ୍‌ଲା । ଖାରସେନରେ ଥିବା ସୁପରମାର୍କେଟ୍ ଓ ରେଲୱେ ଷ୍ଟେସନକୁ ଟାର୍ଗେଟ୍ କରିଛି ଋଷ ସେନା । ଏହି ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ୪୮ ଜଣ ଆହତ ହୋଇଛନ୍ତି । ରାଜଧାନୀ କିଭର କିଛି ଅଞ୍ଚଳରେ ମଧ୍ୟ ଜୋରଦାର ଆକ୍ରମଣ ହୋଇଥିବା କରିଛି ଋଷ ସେନା ।

ଏହି ଆକ୍ରମଣ ପରେ ୟୁକ୍ରେନରେ ହାଇଆଲର୍ଟ ଜାରି କରାଯାଇଛି । ବୁଧବାର ରାତିରେ ଋଷର ରାଷ୍ଟ୍ରପତି ଭବନ ଉପରେ ୟୁକ୍ରେନ ଡ୍ରୋନରେ ଆକ୍ରମଣ କରିଥିଲା । ଦୁଇଟି ଡ୍ରୋନକୁ ଗୁଳିକରି ଖସାଇଦେଇଥିବା ଦାବି କରିଥିଲା ଋଷ । ତେବେ ଏହି ଆକ୍ରମଣ ପରେ ବଙ୍କରକୁ ସ୍ଥାନାନ୍ତର ହୋଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ । ଋଷ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଏହା ହେଉଛି ଆତଙ୍କବାଦୀ ଆକ୍ରମଣ ।

ଆଉ ଏହାର କଡା ଜବାବ ଦେଇଛି ମସ୍କୋ । ବୟାନରେ କୁହାଯାଇଛି, ୯ ମେ’ରେ ବିଜୟ ଦିବସ ପରେଡ ପୂର୍ବରୁ ଏଭଳି ଆକ୍ରମଣ ଉଦ୍ୟମ ହୋଇଛି । ପୁଟିନଙ୍କ ଉପରେ ଡ୍ରୋନ ସହାୟତାରେ ଆକ୍ରମଣ ଉଦ୍ୟମ କରାଯାଇଛି । ଏହା ୟୁକ୍ରେନ ଆତଙ୍କବାଦୀଙ୍କ ସୁଚିନ୍ତିତ ଷଡଯନ୍ତ୍ର ଥିଲା । ଆଉ ଉଦ୍ଦେଶ୍ୟ ଥିଲା ପୁଟିନଙ୍କ ହତ୍ୟା । ଡ୍ରୋନ ଆକ୍ରମଣ ସତ୍ୱେ ୯ ତାରିଖରେ ବିଜୟ ଦିବସ ପ୍ୟାରେଡ ନିର୍ଦ୍ଧାରିତ ସମୟରେ ହେବ ବୋଲି କହିଛି ରୁଷ । ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲା ୟୁକ୍ରେନ ।

   Related Posts