ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଅନେକ ମାସ ଧରି ସଂଘର୍ଷ ଜାରି ରହିଛି । ଏହାରି ଭିତରେ ଏକ ମିଡିଆ ରିପୋର୍ଟରେ ଚକିତ କଲା ଭଳି ଖୁଲାସା ହୋଇଛି । ରିପୋର୍ଟ ଅନୁସାରେ, ୟୁକ୍ରେନରେ ଯୁଦ୍ଧ କରିବା ପାଇଁ ମନା କରିବାରୁ ରୁଷ ନିଜ ସୈନିକଙ୍କୁ ହିଁ ଜେଲରେ ବନ୍ଦୀ କରି ରଖୁଛି । ଏହାସହ ସେମାନଙ୍କୁ ନିର୍ଯାତନା ମଧ୍ୟ ଦେଉଥିବା ରିପୋର୍ଟରେ ଦାବି କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ ରୁଷ ସୈନିକ ଏବଂ ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବା ନେଇ ଅଭିଯୋଗ କରିଥିଲେ । କିନ୍ତୁ ସୈନିକଙ୍କୁ ସମ୍ପୂର୍ଣ୍ଣ ସୂଚନା ଦିଆ ନଯାଇ ଯୁଦ୍ଧ ଲଢିବା ପାଇଁ କୁହାଯାଉଛି । ଦୁଇ ରୁଷ ସୈନିକଙ୍କ ବୟାନ ଆଧାର କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଜଣେ ସୈନିକ କହିଛନ୍ତି ଯେ, ଯେତେବେଳେ ସେ ଯୁଦ୍ଧ ପାଇଁ ମୋର୍ଚ୍ଚା ସମ୍ଭାଳିବାକୁ ମନା କରିଥିଲେ, ସେତେବେଳେ ଅନ୍ୟ ଚାରି ଅଧିକାରୀଙ୍କ ସହ ତାଙ୍କୁ ଏକ ବିଲଡିଂରେ ବନ୍ଦୀ କରି ରଖାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି ଶୀତ ସମୟରେ ଦେଶରେ ଶାନ୍ତି ଏବଂ ସ୍ଥିରତା ପାଇଁ ଜି-7 ସଦସ୍ୟ ନେତାଙ୍କୁ ଏକ ବୈଶ୍ୱିକ ଶାନ୍ତି ଶିଖର ସମ୍ମିଳନୀ କରିବାକୁ ନିବେଦନ କରିଛନ୍ତି।