scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଣି ଥରେ ଆକ୍ରମଣ ଜୋରଦାର କଲା ରୁଷ, ଦୁଇ ଦିନରେ ୪୦ ଥର ଆକ୍ରମଣ

12/11/2023 at 6:58 PM

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଥରେ ତୀବ୍ର ହେବାର ଆଶଙ୍କା ରହିଛି । ପ୍ରାୟ ଦୁଇ ମାସର ଶାନ୍ତି ପରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ପୁଣି ଥରେ ମିସାଇଲ ଆକ୍ରମଣ ହୋଇଛି । ଅବଶ୍ୟ ଏହି ମାମଲାରେ କେହି ମୃତାହତ ହୋଇନଥିବା କୁହାଯାଇଛି।

ଜେଲେନସ୍କି କହିଛନ୍ତି ଗତକାଲି ସନ୍ଧ୍ୟାରୁ ଆଜି ସକାଳ ପର୍ଯ୍ୟନ୍ତ ରୁଷ ପ୍ରାୟ ୪୦ ଡ୍ରୋନ୍‌ ଏବଂ ରକେଟ ମାଡ଼ କରିଛି। ଏହି ଆକ୍ରମଣରେ ଓଡେସା ଏବଂ ଖାରକିଭ୍‌ରେ କରାଯାଇଛି। ୟୁକ୍ରେନର କହିବା ଅନୁଯାୟୀ ଏବର୍ଷ ଶୀତ ଆରମ୍ଭ ହେବା ସହ ରୁଷ ପୁଣି ଆକ୍ରମଣ ତୀବ୍ର କରିପାରେ ଏବଂ ଶକ୍ତି ଉତ୍ସ ଉପରେ ଆକ୍ରମଣ କରିପାରେ। ରୁଷ ଏହି କେନ୍ଦ୍ର ଉପରେ ଆକ୍ରମଣ କରି ଶୀତ ସମୟରେ ୟୁକ୍ରେନରେ ବିଜୁଳି ଯୋଗାଣ ଠପ୍‌ କରିବାକୁ ଚାହୁଛି। କିଭ୍‌ରେ ସେନାର ଅଧିକାରୀଙ୍କ କହିବା ଅନୁଯାୟୀ ୫୨ ଦିନର ଶାନ୍ତି ପରେ ରାଜଧାନୀରେ ମିସାଇଲ ଆକ୍ରମଣ କରାଯାଇଛି।

ଆହୁରି ପଢ଼ନ୍ତୁ: ପୁଟିନ୍‌ଙ୍କ ମୃତ୍ୟୁ ଗୁଜବକୁ ଜାଣିଶୁଣି ପ୍ରଚାର କରିଥିଲା ରୁଷ ! କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

କିଭ୍‌ ଆକାଶ​‌ରେ ମଧ୍ୟ ଦୁଇ ଆକ୍ରମଣ ହୋଇଛି। ୟୁକ୍ରେନର ସେନାର କହିବା ଅନୁଯାୟୀ, ଦୁଇ ମିସାଇଲ ନଷ୍ଟ କରାଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୧ରେ ୟୁକ୍ରେନ ସେନା ମିସାଇଲକୁ ଟାର୍ଗେଟ କରିଥିଲେ। ଆଉ ଏହାର ଅବଶେଷ ଫଳରେ ସାତ ଜର ଆହତ ମଧ୍ୟ ହୋଇଥିଲେ ଯେଉଁଥିରେ ଜଣେ ଶିଶୁ ମଧ୍ୟ ସାମିଲ୍‌ ଥିଲା।

ତେବେ ସ୍ଥାନୀୟ ମିଲିଟାରୀ ଆଡମିନିଷ୍ଟ୍ରେସନର କହିବା ଅନୁଯାୟୀ କିଭ ଆଖପାଖ ଅଞ୍ଚଳରେ ଦୁଇ ମିସାଇଲ ପଡ଼ିଥିଲା ଯେଉଁଥିରେ କିଛି ଘର ନଷ୍ଟ ହୋଇଛି। ସେହିଭଳି ଏୟାରଫୋର୍ସ ମସ୍କୋର ୩୧ ମଧ୍ୟରୁ ୧୯ ଡ୍ରୋନକୁ ନଷ୍ଟ କରିଛି। ଶନିବାର ରୁଷ ଆକ୍ରମଣରେ ଦୁଇ ଜଣକ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ଓଡେସାରେ ମଧ୍ୟ ଦୁଇ ମିସାଇଲ ପଡ଼ିଥିଲା। ଏହି କାରଣରୁ ଜଣେ ମହିଳା ଏବଂ ଜଣେ ପୁରୁଷ ଆହତ ହୋଇଥିଲେ।ୟୁକ୍ରେନ ଲୋକଙ୍କୁ ଡର ରହିଛି ଯେ, ରୁଷ ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇପରେ।

ଆହୁରି ପଢ଼ନ୍ତୁ: ରୁଷର ପ୍ରାଙ୍କ୍ କଲ୍ ଜାଲରେ ଫସିଲେ ପିଏମ୍ ମେଲୋନୀ, ରାଷ୍ଟ୍ରୀୟ ସୁରକ୍ଷା ଉପରେ ଚର୍ଚ୍ଚା କରି ବିରୋଧୀଙ୍କ ଟାର୍ଗେଟ୍‌କୁ ଆସିଲେ

   Related Posts