Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

‘ଭାରତ ଦେଖାଇଛି ନିଜର ଶକ୍ତି’ : ଏମିତି କହି ପ୍ରଶଂସା କଲା ଋଷ

14/12/2021 at 12:13 PM

ନୂଆଦିଲ୍ଲୀ, ୧୪/୧୨:  ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୁଟିନ ଅନେକ ବୁଝାବଣାରେ ସ୍ୱାକ୍ଷରିତ କରିଥିଲେ । ଏହି ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ ଏସ-୪୦୦କୁ ନେଇ ହୋଇଥିବା ଚୁକ୍ତି ଏକତାର ପ୍ରତୀକ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଋଷ ଉପ ରାଷ୍ଟ୍ରଦୂତ ରୌମନ ବାବୁସିକନ୍ ।

ବାବୁସିକନ୍ କହିଛନ୍ତି ଯେ, ଭାରତ ଏସ-୪୦୦ କିଣିବ । ଏଥିରୁ ଋଷର ପ୍ରଯୁକ୍ତିବିଦ୍ୟା କେତେ ଉନ୍ନତ ତାହା ଜାଣି ହେଉଛି । ଏହି ମିସାଇଲ ସିଷ୍ଟମ ଗୋଟିଏ ମାସ ମଧ୍ୟରେ ଭାରତକୁ ପ୍ରଦାନ କରାଯିବ । ଏକ ଦିବସୀୟ ଗସ୍ତରେ ପୁଟିନ୍ ମୋଦୀଙ୍କ ସହ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ନିବିଡ ହେବ ।

ସେ ଆହୁରି କହିଛନ୍ତି ଯେ, ମୋଦୀ ଓ ପୁଟିନ ବହୁତ କମ୍ ସମୟ କଥା ହୋଇଥିଲା । ଫଳରେ ଆଉ କିଛି ଚୁକ୍ତିନାମା ବାକି ରହିଯାଇଛି । ନୌସେନା ସହ ଆଉ କିଛି ବୁଝାବଣା ଆସନ୍ତା ବର୍ଷ ସୁଦ୍ଧା ସ୍ୱାକ୍ଷରିତ ହୋଇଯିବ । ଦ୍ୱିପାକ୍ଷିକ ସମ୍ପର୍କ ସହ ବହୁ ପାକ୍ଷିକ ସମ୍ପର୍କରେ ମଧ୍ୟ ଦୁଇ ଦେଶ ଆଗକୁ ବଢିଛନ୍ତି । ଭାରତକୁ ଏସସିଓରେ ଋଷ ନିରନ୍ତର ଭାବେ ସହଯୋଗ ଓ ସମର୍ଥନ କରି ଆସିଛି । ଉଭୟ ଦେଶ ମଧ୍ୟରେ ପରମାଣୁ ସହଯୋଗ ନେଇ ଉତ୍ତମ ସମ୍ପର୍କ ରହିଥିବା କହିଛନ୍ତି ବାବୁସିକନ୍ ।

ସୂଚନାଯୋଗ୍ୟ, ଆମେରିକା ପୂର୍ବରୁ ଏସ-୪୦୦ କିଣିବା ନେଇ ଭାରତ ଉପରେ ଅସନ୍ତୋଷ ପ୍ରକଟ କରିଥିଲା । ଏପରିକି ଋଷଠୁ ଅସ୍ତ୍ରଶସ୍ତ୍ର ନ କିଣିବା ପାଇଁ କଟକଣା ଜାରି କରିଥିଲା । ଏହା ସତ୍ତ୍ୱେ ଭାରତ ଋଷ ସହ ବୁଝାବଣାରୁ ପଛକୁ ହଟି ନାହିଁ ।  

   Related Posts