previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

କରୋନା ଟିକା ଉତ୍ପାଦନ ଲାଗି ଭାରତର ସହଯୋଗ ଆଶା କରେ ଋଷିଆ: RDIF ସିଇଓ

21/08/2020 at 3:40 PM

ନୂଆଦିଲ୍ଲୀ ୨୧।୮:   କୋଭିଡ-୧୯ ଟିକା ‘ସ୍ପୁଟନିକ-୫’ର ଉତ୍ପାଦନ ଲାଗି ଭାରତ ସହ ଅଂଶିଦାରୀ ଲାଗି ବିଚାର କରୁଥିବା ଋଷିଆ ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ)ଙ୍କ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) କିରିଲ ଦିମିତ୍ରିଏଭ କହିଛନ୍ତି। ଏହା ପୂର୍ବରୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ତାଙ୍କ ଦେଶ ବିଶ୍ୱର ପ୍ରଥମ କରୋନା ମହାମାରୀ ଟିକା ପ୍ରସ୍ତୁତ କରିଥିବା ଓ ଏହା ପ୍ରଭାବୀ କାମ କରୁଥିବା ସହ ରୋଗ ବିରୋଧରେ ସ୍ଥିର ପ୍ରତିରକ୍ଷା ଦେଇ ପାରୁଥିବା ଘୋଷଣା କରିଥିଲେ।

ଆରଡିଆଇଏଫଙ୍କ ସହ ଗମାଲେୟା ମହାମାରୀ ରୋଗ ଓ ସୁକ୍ଷ୍ମ ଜୀବ ବିଜ୍ଞାନ ଗବେଷଣା ସଂସ୍ଥାନ ମିଳିତ ଭାବେ ସ୍ପୁଟନିକ-୫କୁ ବିକଶିତ କରିଛନ୍ତି। ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅର୍ଥାତ ବିଶାଳ ନୈଦାନିକ ପରୀକ୍ଷଣ ଏପର୍ଯ୍ୟନ୍ତ ହୋଇ ନାହିଁ। ତେବେ ଏକ ଅନଲାଇନ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦମିତ୍ରିଏଭ କେତେକ ଲାଟିନ ଆମେରିକୀୟ ଦେଶଙ୍କ ସମେତ ଏସିୟା ଓ ପଶ୍ଚିମ ଏସିୟାର ଅନେକ ଦେଶ ଏବେ ଏହି ଟିକାର ଉତ୍ପାଦନ ଲାଗି ଆଗ୍ରହୀ ବୋଲି କହିଛନ୍ତି।

ତେବେ ଟିକା ଉତ୍ପାଦନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଏବେ ଆମେ ଭାରତ ସହ ଅଂଶିଦାରୀ ଲାଗି ବିଚାର କରୁଥିବା କହିଛନ୍ତି। ତେବେ ଟିକା ଉତ୍ପାଦନ ଲାଗି ହେବାକୁ ଥିବା ଭଗିଦାରୀକୁ ଆମେ ଚାହିଦା ପୂରଣ ଲାଗି ସକ୍ଷମ କରିବୁ। ତେବେ ଏ କ୍ଷେତ୍ରରେ ଋଷିଆ ଅନ୍ତର୍ଜାତୀୟ ସହଯୋଗ କାମନା କରୁଥିବା ସେ କହିଛନ୍ତି।

   Related Posts