ପୁଟିନ୍ ଦେଉଥିଲେ ନୂଆବର୍ଷ ଉଦବୋଧନ, ମିସାଇଲ ମାଡ଼ କଲା ୟୁକ୍ରେନ୍…
2/01/2023 at 7:40 PM

ନୂଆଦିଲ୍ଳୀ, ୦୨/୦୧: ଋଷ ଉପରେ ୟୁକ୍ରେନ୍ ଏପର୍ଯ୍ୟନ୍ତ ସବୁଠୁ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟି୍ନ ନୂଆ ବର୍ଷରେ ଦେଶବାସୀଙ୍କୁ ଉଦବୋଧନ ଦେଉଥିବା ସମୟରେ ହୋଇଛି। ରିପୋର୍ଟ ଅନୁଯାୟୀ ମଧ୍ୟରାତ୍ରିର ଠିକ୍ ପୂର୍ବରୁ ହୋଇଥିବା ଏହି ଆକ୍ରମଣରେ ଅନେକ ଋଷ ସୈନିକଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଡୋନବାସରେ ଋଷ ସେନାସ୍ଥଳ ଉପରେ ହୋଇଥିଲା। ଏଠାରୁ ୧୧୫ ମାଇଲ ଦୂରରେ ପୁଟିନ୍ ଲୋକଙ୍କୁ ନୂଆବର୍ଷ ଉଦବୋଧନ ରେକର୍ଡ କରୁଥିଲେ। ତାଙ୍କର ଏହି ବାର୍ତ୍ତାରେ ସେ କହିଥିଲେ ଯେ ପଶ୍ଚିମ ଦେଶ ୟୁକ୍ରେନର ବ୍ୟବହାର କରି ଋଷକୁ ଦୁର୍ବଳ କରୁଛନ୍ତି।
ଅବଶ୍ୟ ଋଷ ତରଫରୁ ମୃତ୍ୟୁ ସଂଖ୍ୟା ଲୁଚାଯାଇଛି। ସେପଟେ ୟୁକ୍ରେନ୍ ୪୦୦ ଋଷ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କରିଛି। ଯେତେବେଳେକି ୩୦୦ ସୈନିକ ଆହତ ହୋଇଥିବା ନେଇ କହିଛି। ଋଷ ତରଫରୁ କେବଳ ଏତିକି କୁହାଯାଇଛି ଯେ ଅନେକ ଲୋକଙ୍କ ଜୀବନ ଯାଇଛି।
ୟୁକ୍ରେନର ତାଜା ଆକ୍ରମଣର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖାଯାଉଛି ଯେ ଏକ ଋଷୀ ପରିବାର ନିଜ ନୂଆବର୍ଷର ଭୋଜନ ପୂର୍ବରୁ ପୁଟିନଙ୍କ ଭାଷଣ ଦେଖୁଛନ୍ତି। ସେତିକିବେଳେ ଋଷ ବାରାକ୍ ଉପରେ ଆକ୍ରମଣ ହେଉଛି।