ନୂଆଦିଲ୍ଲୀ: ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି ଭାରତର ବନ୍ଧୁ ରାଷ୍ଟ୍ର ରୁଷ । ଗୁରୁବାର ପାକିସ୍ତାନକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଦେବାକୁ ରୁଷ ମନା କରି ଦେଇଛି । ପାକିସ୍ତାନ ଅଥିତ ରୂପେ ରୁଷ ତେଲ ଉପରେ ୩୦-୪୦ ପ୍ରତିଶତ ରିହାତି ଦାବି କରିଥିଲା, କିନ୍ତୁ ରୁଷ ପାକିସ୍ତାନର ଶହବାଜ ସରକାରଙ୍କ ଅନୁରୋଧକୁ ଅସ୍ୱୀକାର କରିଛି । ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆକାଶଛୁଆଁ ରହିଛି । ଏହି ସ୍ଥିତିରେ ଭାରତ ପରି ପାକିସ୍ତାନ ମଧ୍ୟ ରୁଷ ଠାରୁ ଶସ୍ତାରେ ତେଲ ହାସଲ କରିବାକୁ ଯୋଜନା କରିଥିଲା, କିନ୍ତୁ ମସ୍କୋ ଏକ ବଡ଼ ଝଟକା ଦେଇଛି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଅଶୋଧିତ ତୈଳ ଉପରେ ଆଲୋଚନା କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ତିନି ଦିନିଆ ଯାତ୍ରାରେ ମସ୍କୋରେ ପଠାଇଥିଲେ । କିନ୍ତୁ ଆଲୋଚନା ବିଫଳ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ, ରୁଷ ଆଶ୍ୱାସନା ଦେଇଥିଲା ଯେ ପାକିସ୍ତାନର ଦାବି ଉପରେ ଆଲୋଚନା କରିବ ଏବଂ ପରେ କୂଟନୈତିକ ଚ୍ୟାନେଲ ମଧ୍ୟମରେ ନିଜ ନିଷ୍ପତ୍ତି ବିଷୟରେ ଅବଗତ କରାଇବ ।
ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢୁଥିବା ରୁଷ ଅନେକ ମାସ ଧରି ଭାରତରୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ରପ୍ତାନୀ କରି ଆସୁଛି । ଆମେରିକା ମଧ୍ୟ ସ୍ପଷ୍ଟ କରିଥିଲା ଯେ, ରୁଷ ଠାରୁ ପାକିସ୍ତାନର ତେଲ ଆମଦାନୀ ଉପରେ କୌଣସି ଆପତ୍ତି ନାହିଁ।