oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଆମେରିକାଠୁ ଅଧିକ ରୁଷ ନିକଟରେ ଅଛି ନ୍ୟୁକ୍ଲିୟର ବୋମା, ଜାଣନ୍ତୁ ଦୁନିଆରେ କାହା ପାଖରେ ଅଛି ଅଧିକ ପରମାଣୁ ବୋମା

2/03/2022 at 9:18 PM

ନୂଆଦିଲ୍ଲୀ ୦୨।୦୩: ଭ୍ଲାଦିମିର ପୁଟିନ୍‌ଙ୍କ ସେନା ପୂରା ଶକ୍ତି ସହ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ରୁଷି ସେନା କ୍ରମାଗତ କିଭ୍‌ର ଘେରାବନ୍ଦୀ କରିବାରେ ଜୁଟିଛନ୍ତି। ୟୁକ୍ରେନର ଦ୍ଵିତୀୟ ସବୁଠୁ ବଡ ସହର ଖାରକିଭ ଉପରେ ଘନ ଘନ ବୋମା ଏବଂ ମିସାଇଲ୍ ମାଡ କରି ଚାଲିଛନ୍ତି ରୁଷ ସେନା। ଖାରକିଭର ୭୫ ପ୍ରତିଶତ ଅଞ୍ଚଳ ଦଖଲ କରି ସାରିଥିବା ବେଳେ କିଭ କବଜା କରିବାକୁ ଆଗକୁ ଆଗକୁ ମାଡି ଚାଲିଛନ୍ତି ରୁଷ ସେନା। ୟୁକ୍ରେନ ସହରଗୁଡିକରେ ରୁଷି ଟ୍ୟାଙ୍କ ଗର୍ଜନ କରି ଦୌଡୁଥିବା ଦେଖିବାକୁ ମିଳିଛି। ମିସାଇଲ୍ ମାଡରେ ଧ୍ଵଂସ ସ୍ତୁପରେ ପରିଣତ ହେଲାଣି ଅନେକ ୟୁକ୍ରେନ ସହର।

ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ସମଗ୍ର ଦୁନିଆର ନଜର ରହିଛି। କାରଣ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପରେ ୟୁରୋପରେ ପ୍ରଥମ ଥର ଯୁଦ୍ଧରେ ଏମିତି ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। ୟୁକ୍ରେନରେ ଯେଉଁ ଗାଡି ସପ୍ତାହେ ପୂର୍ବେ ସଡକରେ ଦୌଡୁଥିଲା, ଆଜି ସେସବୁ ଜୋଳିପୋଡି ଛାରଖାର ହୋଇ ଯାଇଛି।

ଏହା ମଧ୍ୟରେ ଲକ୍ଷାଧିକ ଲୋକେ ୟୁକ୍ରେନ ଛାଡି ସାରିଛନ୍ତି ଏବଂ ଆହୁରି ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣ ଚାହୁଁଛନ୍ତି। ଏମିତିରେ ବଡ ପ୍ରଶ୍ନ ଉଠୁଛି ଯେ, ଯଦି ଆଲୋଚନାରୁ କୌଣସି ସମାଧାନର ରାସ୍ତା ନବାହାରେ ତେବେ ନିଷ୍ପତ୍ତି ଯୁଦ୍ଧ କ୍ଷେତ୍ରରେ ହିଁ ହେବ। ସମଗ୍ର ଦୁନିଆ ଯୁଦ୍ଧ ଚାହୁଁନାହିଁ। କାରଣ କୌଣସି ବିବାଦର ଅନ୍ତ ଯୁଦ୍ଧ ହୋଇ ପାରିବ ନାହିଁ।

ପରମାଣୁ ବୋମାର ଧମକ ଦେଲା ରୁଷ

ରୁଷ ଏବେ ଦୁନିଆକୁ ପରମାଣୁ ଯୁଦ୍ଧର ଧମକ ଦେଇଛି। ପୂରା ଦୁନିଆ ଦେଖି ସାରିଛି ଯେ, ପରମାଣୁ ଯୁଦ୍ଧର ପରିମାଣ କେତେ ଭୟାନକ ହୋଇପାରେ। ବିଶେଷଜ୍ଞଙ୍କ ମତରେ ରୁଷ ଏଥିପାଇଁ ପରମାଣୁ ବୋମାର ଧମକ ଦେଉଛି କାରଣ ତା ପାଖରେ ଦୁନିଆର ସବୁଠୁ  ଅଧିକ ପରମାଣୁ ବୋମା ରହିଛି।

ତଥ୍ୟ ଅନୁଯାୟୀ, ରୁଷ ନିକଟରେ ୬୨୫୫ ପରମାଣୁ ବୋମା ରହିଥିବା ବେଳେ ଆମେରିକା ପାଖରେ ଅଛି ୫୫୫୦ ପରମାଣୁ ବୋମା। ଅର୍ଥାତ ଦୁନିଆରେ ଯେତେ ପରମାଣୁ ବୋମା ରହିଛି, ସେଥିରୁ ୯୦ ପ୍ରତିଶତ ବୋମା  ହିଁ କେବଳ ଏହି ଦୁଇ ଦେଶ ନିକଟରେ ରହିଛି। ଆମେରିକା ମଧ୍ୟ ବେଶ୍ ଭଲ ଭାବେ ଜାଣିଛି ଯେ, ଆମ ତୂଳନାରେ ଅଧିକ ପରମାଣୁ ବୋମା ରୁଷ ନିକଟରେ ଅଛି। ତେବେ ସାଂପ୍ରତିକ ସ୍ଥିତିକୁ ଦେଖିଲେ ଦୁନିଆର କୌଣସି ଦେଶ ପରମାଣୁ ଆକ୍ରମଣ ବିଷୟରେ ଚିନ୍ତା କରିବେ ନାହିଁ।

କେଉଁ ଦେଶ ପାଖରେ ଅଛି କେତେ ବୋମା

ରୁଷ- ୬୨୫୫

ଆମେରିକା- ୫୫୫୦

ଚୀନ- ୩୫୦

ଫ୍ରାନ୍ସ- ୨୯୦

ବ୍ରିଟେନ୍- ୨୨୫

ପାକିସ୍ତାନ- ୧୬୫

ଭାରତ- ୧୫୬

ଇସ୍ରାଏଲ- ୯୦

ଉତ୍ତର କୋରିଆ- ୪୦ ରୁ ୫୦

   Related Posts