ବନ୍ଧୁ ପୁଟିନଙ୍କୁ ଝଟକା ଦେଲେ ପିଏମ ମୋଦୀ, ତଥାପି ଭାରତକୁ ସୁପର ପାୱର କହୁଛି ରୁଷ, ଜାଣନ୍ତୁ କାରଣ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ: ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତର ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଲାଭରୋଭ ଭାରତକୁ ଭବିଷ୍ୟତର ବହୁଧ୍ରୁବୀୟ ବିଶ୍ୱରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭ୍ରୁବ ବୋଲି ଉଲ୍ଲେଖ କହିଛନ୍ତି । ରୁଷର ବିଦେଶ ମନ୍ତ୍ରୀ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆତଙ୍କବାଦୀ ନିରୋଧୀ କାର୍ଯ୍ୟକ୍ରମର ଠିକ ପୂର୍ବରୁ ଏହି ବଡ଼ ବୟାନ ଦେଇଛନ୍ତି । କେବଳ ଏତିକି ନୁହେଁ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ରୁଷ ଖୋଲା ସମର୍ଥନ ଜଣାଇଛି । ରୁଷ ବିଦେଶ ମନ୍ତ୍ରୀଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ପିଏମ ମୋଦୀ ପ୍ରତି ବର୍ଷ ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ହେବାକୁ ଥିବା ଶିଖର ସମ୍ମିଳନୀ ଠାରୁ ନିଜକୁ ଦୂରେଇ ରଖିଛନ୍ତି ।

ଲାଭରୋଭ କହିଛନ୍ତି ଯେ, ଭାରତ ଆର୍ଥିକ ବିକାଶ ଦୃଷ୍ଟିରୁ ଦୁନିଆର ପ୍ରମୁଖ ଦେଶ ମଧ୍ୟରେ ସାମିଲ ରହିଛି । ସମ୍ଭବତଃ ନେତୃତ୍ୱ ନେଉଛି । ସେ କହିଛନ୍ତି ଯେ ଭାରତ ନିକଟରେ ବ୍ୟାପକ ପରିଣାମରେ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବାର ଅନୁଭବ ରହିଛି । ଭାରତ ଦକ୍ଷିଣ ଏସିଆରେ ସଂଘାଇ ସହଯୋଗୀ ସଂଗଠନ ଭିତରେ ବିଭିନ୍ନ ପ୍ରକାର ଢାଞ୍ଚାରେ ସାମିଲ ରହିଛି ଏବଂ ସେ ମିଳିତ ଜାତିସଂଘରେ ମଧ୍ୟ ସକ୍ରିୟ ଭୂମିକ ନିର୍ବାହ କରୁଛି । ଏହାସହ ସେ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱକୁ ଖୋଲା ସମର୍ଥନ କରିଛନ୍ତି ।

ଲାଭରୋଭ କହିଛନ୍ତି, ମୁଁ ଅନୁଭବ କରୁଛି ଯେ ଆର୍ଥିକ ବିକାଶ ମାମଲାରେ ଭାରତ ଦୁନିଆରେ ପ୍ରମୁଖ ଦେଶ ମଧ୍ୟରେ ସାମିଲ ରହିଛି । ସମ୍ଭବତଃ ନେତୃତ୍ୱ ବି ନେଉଛି । ଭାରତର ଜନସଂଖ୍ୟା ଶୀଘ୍ର ଦୁନିଆରେ ସବୁଠୁ ଅଧିକ ହେବ । ଏହା ପୂର୍ବରୁ ଚଳିତ ମାସରେ ୧୫ ସଦସ୍ୟଙ୍କ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ୱ ଭାରତ ସମ୍ଭାଳିଥିଲା । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ଏହା ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଯାଇ ଶିଖର ସମ୍ମିଳନୀରେ ସାମିଲ ହେବାଠାରୁ ନିଜକୁ ଦୂରେଇ ରଖିଥିଲେ । କୁହାଯାଉଛି ଯେ ପିଏମ ମୋଦୀ ଏହି ଶିଖର ସମ୍ମିଳନୀରେ ସାମିଲ ନହୋଇ ରୁଷକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ ସମରକନ୍ଦରେ ପୁଟିନଙ୍କୁ ଦେଇଥିବା ସନ୍ଦେଶ ଉପରେ ସେ ଏବେ ବି ଅଟଳ ଅଛନ୍ତି । ୨୦୦୦ ମସିହା ପରେ ଏହା ଦ୍ୱିତୀୟ ଥର ଯେତେବେଳେ ଭାରତ ଏବଂ ରୁଷର ଦୁଇ ନେତାଙ୍କ ମଧ୍ୟରେ ବୈଠକ ହୋଇ ନାହିଁ । ପୁଟିନ ଏବଂ ପିଏମ ମୋଦୀଙ୍କ ମଧ୍ୟରେ ଶିଖର ସମ୍ମିଳନୀରେ ପ୍ରାୟତଃ ଡିସେମ୍ୱରରେ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.