ଋଷିଆରେ ଫଶି ରହିଛନ୍ତି ଅନେକ ଭାରତୀୟ, ଯୁଦ୍ଧ ଲଢିବାକୁ କରାଯାଉଛି ବାଧ୍ୟ

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ ୨୩।୨: ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଥମିବାର ନାଁ ନେଉନି। ତେବେ ଏହି ଯୁଦ୍ଧକାଳରେ ଋଷିଆରେ ଫଶିଥିବା ଭାରତୀୟ ନାଗରିକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଋଷିଆକୁ କାମ କରିବାକୁ ଯାଇଥିବା ଏହି ଭାରତୀୟ ନାଗରିକଙ୍କୁ ସେଠାରେ ଯୁଦ୍ଧ ଲଢିବାକୁ ବାଧ୍ୟ କରାଯାଉଛି। ତେବେ ଭାରତ ସରକାର ଶୁକ୍ରବାର ନିଜ ନାଗରିକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ଓ ଯୁଦ୍ଧରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।

ଏକ ପ୍ରେସ ବ୍ରିଫିଙ୍ଗରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ‘ଆମେ ଜାଣିଛୁ କେତେକ ଭାରତୀୟ ନାଗରିକ ଋଷିଆ ସେନା ସହିତ ସହାୟକ ନିଯୁକ୍ତି ନିମନ୍ତେ ସ୍ୱାକ୍ଷର କରିଛନ୍ତି। ତେବେ ଭାରତୀୟ ଦୂତାବାସ ନିୟମିତ ରୂପେ ଏହି ପ୍ରସଙ୍ଗକୁ ଋଷୀୟ ଅଧିକାରୀଙ୍କ ସମ୍ମୁଖରେ ଉଠାଉଛନ୍ତି। ଏଣୁ ଆମେ ସମସ୍ତ ଭାରତୀୟଙ୍କୁ ନିବେଦନ କରୁଛୁ ଯେ ଉଚିତ ସାବଧାନତା ଅବଲମ୍ବନ କରନ୍ତୁ ଓ ଏହି ଯୁଦ୍ଧରୁ ନିଜକୁ ଦୂରରେ ରଖନ୍ତୁ’।

{"id":912801,"width":842,"height":527,"sizeSlug":"full","linkDestination":"none"}

ଚଳିତ ସପ୍ତାହ ପ୍ରାରମ୍ଭରେ ଏଆଇଏମଆଇଏମ  ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ସେହି ୩ ଭାରତୀୟଙ୍କୁ ବଞ୍ଚାଇବାକୁ ଅନୁରୋଧ କରିଥିଲେ ଯେଉଁମାନଙ୍କୁ କଥିତ ରୂପେ ଋଷିଆ ସେନାରେ ସାମିଲ  କରାଯିବା ସହ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢିବାକୁ ବାଧ୍ୟ କରାଯାଉଛି। ‘ଦି ହିନ୍ଦୁ’ର ଏକ ରିପୋର୍ଟ ଅନୁସାରେ  ଅନୁନ୍ୟ ୩ ଜଣ ଭାରତୀୟ ନାଗରିକଙ୍କୁ କଥିତରୂପେ ଜଣେ ଏଜେଣ୍ଟଙ୍କ ଦ୍ୱାରା ଧୋକା ଦିଆଯାଇଥିବା ଓ ‘ସେନା ସୁରକ୍ଷା ସହାୟକ’ ରୂପେ କାମ କରିବାକୁ ଋଷିଆ ପଠାଯାଇଥିଲା।

ଏହି ଲୋକମାନେ ଉତ୍ତରପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଜମ୍ମୁ-କାଶ୍ମୀରର। ଜୟଶଙ୍କରଙ୍କୁ ଟ୍ୟାଗ୍ କରି ଓୱେସୀ ଏକ ଟ୍ୱିଟ୍‌ରେ ଦୟାକରି ଏମାନଙ୍କୁ ଘରକୁ ଫେରାଇ ଆଣିବା ନିମନ୍ତେ ଆପଣଙ୍କ କାର୍ଯ୍ୟାଳୟର ଉପଯୋଗ କରନ୍ତୁ ବୋଲି ନିବେଦନ କରିଥିଲେ। ସେମାନଙ୍କ ଜୀବନ ବିପଦରେ ଓ ପରିବାର ଚିନ୍ତିତ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଋଷିଆରେ ଅବସ୍ଥାନ କରୁଥିବା ଭାରତୀୟମାନଙ୍କୁ ଏବେ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢିବାକୁ ଋଷିଆ ବାଧ୍ୟ କରୁଛି।  ଏମାନଙ୍କ ମଧ୍ୟରେ ଅଧିକାଂଶ ଉତ୍ତରପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଜମ୍ମୁକାଶ୍ମୀରର।

{"id":912802,"width":841,"height":531,"sizeSlug":"full","linkDestination":"none"}

ଏହି ନାଗରିକମାନେ ଏବେ ଭାରତ ସରକାରଙ୍କୁ ସହାୟତା ନିମନ୍ତେ ନିବେଦନ କରିଛନ୍ତି। ରିପୋର୍ଟ ମୁତାବକ ଜନୈକ ଏଜେଣ୍ଟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୩ରୁ ପାଖାପାଖି ୧୮ ଜଣ ଭାରତୀୟ ନାଗରିକ ଋଷିଆ ଓ ୟୁକ୍ରେନ ସୀମାରେ ଫଶି ରହିଛନ୍ତି। ଏମାନେ ମାରିୟୁପୋଲ, ଖାର୍କିଭ, ଡୋନାତସ୍କ ଓ ରୋସ୍ତୋଭ-ଅନ-ଡନରେ ଫଶି ରହିଛନ୍ତି। ଏହା ମଧ୍ୟ ଖବର ମିଳିଛି ଯେ ଯୁଦ୍ଧକାଳରେ ଜଣେ ଭାରତୀୟ ନାଗରିକଙ୍କର ସେଠାରେ ମୃତ୍ୟୁ ମଧ୍ୟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.