ଆଗାମୀ ୨ଟି ଅଲିମ୍ପିକ୍‌ରେ ନାମ ଓ ଧ୍ୱଜ ବ୍ୟବହାର କରିପାରିବନି ଋଷିଆ, ଖେଳାଳିଙ୍କ ପୋଷାକରେ ରହିବ ନାମ

Published By : Prameya-News7 Bureau | December 17, 2020 IST

ଜେନେଭା : ଅଲିମ୍ପିକ୍ କ୍ରିଡାରେ ଋଷିଆକୁ ଝଟକା। ଆଗାମୀ ୨ଟି ଅଲିମ୍ପିକ (ଗ୍ରୀଷ୍ମ ଓ ଶୀତ) ପର୍ଯ୍ୟନ୍ତ ଋଷିଆ ଖେଳାଳିମାନେ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିପାରିବେ, ହେଲେ ଏଥିରେ ସେମାନଙ୍କ ନାମ, ଦେଶର ପତାକା ଓ ଜାତୀୟ ସଙ୍ଗୀତ ସ୍ଥାନ ପାଇ ପାରିବନି। ସେହିପରି ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଋଷିଆ ଅଲିମ୍ପିକ ଭଳି କୌଣସି ବଡ କ୍ରିଡାର ଆୟୋଜନ ଲାଗି ମଧ୍ୟ ଦାବି କରିପାରିବନି ବୋଲି ସ୍ପୋର୍ଟସ୍ ଆର୍ବିଟେସନ ଗୁରୁବାର ରାୟ ଦେଇଛନ୍ତି।

କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଋଷିୟ ପ୍ରତିଯୋଗୀମାନେ ଆଗାମୀ ଟୋକିଓ ଅଲିମ୍ପିକ୍ସ ଓ ୨୦୨୨ ବେଜିଂ ୱିଣ୍ଟର ଗେମସ୍‌ରେ ଭାଗ ନେଇ ପାରିବେ ବୋଲି କହିଛନ୍ତି। ସେହିପରି ୨୦୨୨ କ୍ୱାତାର ୱାର୍ଲଡ ଚାମ୍ପିୟନସିପ୍‌ରେ ମଧ୍ୟ ଋଷିୟ ଖେଳାଳି ଭାଗ ନେଇପାରିବେ। ବିଶ୍ୱ ଡୋପିଂ ରୋଧି ଏଜେନ୍ସୀ ୱାଡା ଏ ନେଇ ଋଷିଆ ଉପରେ ୪ ବର୍ଷ ଲାଗି କଟକଣା ଲାଗୁ କରିଥିଲେ। ତେବେ ଆର୍ବିଟ୍ରେସନ ଏହାକୁ ହ୍ରାସ କରିଛନ୍ତି। ହେଲେ ବି କଟକଣା ଲାଗୁ କରିଛନ୍ତି।  ୨୦୧୪ ଅଲିମ୍ପିକରେ ସରକାର ସମର୍ଥିତ ଡୋପିଂ ଲାଗି ଏହି କଟକଣା ଲାଗୁ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.