ପ୍ରତିରକ୍ଷା ଖର୍ଚ୍ଚ ଲକ୍ଷ୍ୟ ବଢାଇ ୧୦୦ ବିଲିୟନ ଡଲାର କଲା ରୁଷ, ୟୁକ୍ରେନ ଯୁଦ୍ଧ ଭିତରେ ବି ବଢୁଛି ଦେଶର ଅର୍ଥବ୍ୟବସ୍ଥା

Published By : Prameya-News7 Bureau | August 05, 2023 IST

ନୂଆଦିଲ୍ଲୀ: ରୁଷ ନିଜର ୨୦୨୩ ରକ୍ଷା ଖର୍ଚ୍ଚକୁ ଦ୍ୱିଗୁଣା କରି ୧୦୦ ବିଲିୟନ ଡଲାର କରିଛି । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ପରଠୁ ଆମେରିକାର ନେତୃତ୍ୱରେ ପାଶ୍ଚାତ୍ୟ ଦେଶ ରୁଷ ଉପରେ ବହୁ କଟକଣା ଲଗାଇଛନ୍ତି । ଏହା ପରେ ବି ରୁଷର ଅର୍ଥବ୍ୟବସ୍ଥା ଲଗାତାର ବଢି ଚାଲିଛି ।

ବ୍ରିଟିଶ ରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ ରୁଷ ସରକାରଙ୍କ ମୋଟ ଖର୍ଚ୍ଚରେ ପ୍ରତିରକ୍ଷା ଖର୍ଚ୍ଚ ପ୍ରାୟ ୩୦ ପ୍ରତିଶତ ହୋଇଛି । ବର୍ଷ ଆରମ୍ଭରେ ରୁଷର ରକ୍ଷା ବଜେଟ୍ ୫୪ ବିଲିୟନ ଡଲାର ରହିଥିଲା । କିନ୍ତୁ, ପ୍ରଥମ ଛଅ ମାସରେ ହିଁ ରୁଷ ନିଜ ଲକ୍ଷ୍ୟଠାରୁ ୧୨ ପ୍ରତିଶତ ଅଧିକ ଖର୍ଚ୍ଚ କରିସାରିଛି । ପାଶ୍ଚାତ୍ୟ ଦେଶର ପ୍ରତିବନ୍ଧକ ଏବଂ ଯୁଦ୍ଧରେ ଅତ୍ୟଧିକ ଖର୍ଚ୍ଚ ପରେ ବି ରୁଷର ଘରୋଇ ଅର୍ଥବ୍ୟବସ୍ଥାରେ ମଜଭୁତି ରହିଛି ।

ପଢନ୍ତୁ: ଚୀନ ଅଧିକାରୀଙ୍କ ସହ ଉତ୍ତର କୋରିଆ ଗସ୍ତ କରିବେ ରୁଷ ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ କାହିଁକି

ବିଶେଷଜ୍ଞଙ୍କ କହିବା ଅନୁସାରେ ରୁଷର ଘରୋଇ ଅର୍ଥବ୍ୟବସ୍ଥାକୁ ସୈନ୍ୟ ଉଦ୍ୟୋଗରୁ ବଳ ମିଳୁଛି । ଏକ ଅନୁମାନ ଅନୁସାରେ ରୁଷ ସେନା ଉପରେ ଚଳିତ ବର୍ଷ ପ୍ରଥମ ୬ ମାସରେ ପ୍ରାୟ ୧୦୦୦ ବିଲିୟନ ରୁବଲ ଖର୍ଚ୍ଚ କରିଥିଲା । ଜୁଲାଇରେ ରୁଷ ଉପପ୍ରଧାନମନ୍ତ୍ରୀ ଡେନିସ ମେନଟ୍ୟୁରୋଭ କହିଥିଲେ ଯେ ୨୦୨୨ରେ ଯେତିକି ଗୋଳା ବାରୁଦ ତିଆରି ହୋଇନଥିଲା ଏବେ ପ୍ରତି ମାସରେ ସେତିକି ତିଆରି ହେଉଛି ।

ପାଶ୍ଚାତ୍ୟ ବିଶେଷଜ୍ଞଙ୍କ ଦାବି ଅନୁସାରେ ରୁଷ ଯୁଦ୍ଧର ଫଣ୍ଡିଂ ପାଇଁ ସ୍କୁଲ, ହସ୍ପିଟାଲ ଏବଂ ରାସ୍ତା ପରି ଭିତ୍ତିଭୂମି ଉପରେ ଖର୍ଚ୍ଚ କମ କରିଛି । ତେବେ ସୈନ୍ୟ ଗତିବିଧି ଯୋଗୁଁ ଅର୍ଥବ୍ୟବସ୍ଥାରେ ସକ୍ରିୟତା ରହିଛି ।

Also Read: ୟୁକ୍ରେନ ଯୁଦ୍ଧରେ ରୁଷର ୫୦ ହଜାର ସୈନିକ ମୃତ, ନୂଆ ଅଧ୍ୟୟନରୁ ଆସିଲା ତଥ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.