ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୁଇନ୍ଦାଗିରି ଅଭିଯୋଗରେ ଜାପାନର କୂଟନୀତିଜ୍ଞଙ୍କୁ ଗିରଫ କଲା ରୁଷ, ଆଖିରେ ପଟି ବାନ୍ଧି କରୁଛି ଜେରା; ରାଗିଲା ଟୋକିଓ

27/09/2022 at 5:02 PM

ନୂଆଦିଲ୍ଲୀ: ବହୁ ସମ୍ୱେଦନଶୀଳ ତଥ୍ୟ ହାସଲ କରିବା ଅଭିଯୋଗରେ ଜଣେ ଜାପାନୀ କୂଟନୀତିଜ୍ଞଙ୍କ ନିଜ ହେପାଜକୁ ନେଇଛି ରୁଷ । ଅନ୍ୟପଟେ ଜାପାନ ଗୁଇନ୍ଦାଗିରି ଅଭିଯୋଗକୁ ଖାରଜ କରିଛି । ଏହାସହ ରୁଷ ଅଧିକାରୀଙ୍କ ଉପରେ ଅପମାନଜନକ ବ୍ୟବହାର କରି ପଚରାଉଚରା କରାଯିବାର ଅଭିଯୋଗ ଆଣି କ୍ଷମା ମାଗିବାକୁ ଦାବି କରିଛି ।

ରୁଷର ଅଧିକାରୀଙ୍କ କହିବା ଅନୁସାରେ, ଟଙ୍କା ଦେଇ ସମ୍ୱେଦନଶୀଳ ତଥ୍ୟ ହାସଲ କରିବା ସମୟରେ ଜାପାନର କୂଟନୀତିଜ୍ଞ ଗିରଫ ହୋଇଛନ୍ତି । ଏସିଆ-ପ୍ରଶାନ୍ତ କ୍ଷେତ୍ରର ଅନ୍ୟ କୌଣସି ଦେଶ ସହ ଯେଉଁ ତଥ୍ୟ ବାଣ୍ଟିବା ଉପରେ ରୋକ ଲଗାଯାଇଛି ସେହି ତଥ୍ୟକୁ ଜାପାନ ହାସଲ କରୁଥିବା ରୁଷ ଅଭିଯୋଗ କରିଛି ।

ଜାପାନର ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ସେପ୍ଟେମ୍ୱର ୨୨ରେ ଜଣେ ଅଧିକାରୀଙ୍କୁ ହେପାଜତକୁ ନିଆଯାଇଥିଲା । ପରେ ତାଙ୍କର ଆଖିରେ କଳା କପଡା ବାନ୍ଧି ଜେରା କରାଯାଇଥିଲା । ଏପରିକି ତାଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା ଏବଂ ଆମେ ଏହାର ବିରୋଧ କରି କ୍ଷମା ଦାବି କରୁଛି । ଅନ୍ୟପଟେ ସୋମବାର ମସ୍କୋରେ ଜାପାନର ଦୂତାବାସକୁ ସୂଚନା ଦେଇ ଗୁଇନ୍ଦାଗିରିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୪୮ ଘଣ୍ଟା ଭିତରେ ଦେଶ ଛାଡିବାକୁ କୁହାଯାଇଛି ।

ଜାପାନର ମୁଖ୍ୟ କ୍ୟାବିନେଟ ସଚିବ ହିରୋକାଜୁ ରୁଷର ଏହି କାର୍ଯ୍ୟାନୁଷ୍ଠାନକୁ ସମ୍ପୂର୍ଣ୍ଣ ଆଧାରହୀନ ବୋଲି କହିଛନ୍ତି । ଜାପାନର ଉପବିଦେଶ ମନ୍ତ୍ରୀ ତାକିୟୋ ମୋରୀ ମଧ୍ୟ ଏହି ଘଟଣାର କଡା ବିରୋଧ କରିଛନ୍ତି ।  

   Related Posts