ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ: ଋଷ୍‌ର ଦାବି, ୟୁକ୍ରେନ୍‌ ଉପରେ ମାଡ଼ ହୋଇଛି ହିରୋସୀମାରେ ପଡ଼ିଥିବା ପରମାଣୁ ବୋମା ଠାରୁ ଶକ୍ତିଶାଳୀ ମିସାଇଲ୍‌

Published By : Prameya-News7 Bureau | March 19, 2022 IST

ନୂଆଦିଲ୍ଲୀ, ୧୯/୦୩: ଋଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ବଢ଼ି ଚାଲିଥିବା ବେଳେ ସ୍ଥିତି ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି । ଏହାରି ଭିତରେ ଋଷ୍‌, ୟୁକ୍ରେନ୍‌ ଉପରେ କିଞ୍ଜଲ୍‌ ମିସାଇଲ୍‌ ମାଡ଼ କରିଥିବା ଦାବି କରିଛି । ଋଷ୍‌ କହିଛି ଯେ ପଶ୍ଚିମ ୟୁକ୍ରେନ୍‌ରେ ଗଚ୍ଛିତ ଥିବା ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ଏପରି ପଦକ୍ଷେପ ନେଇଥିଲା । ଏହି କିଞ୍ଜଲ ମିସାଇଲ୍‌ ହିରୋସୀମା ଉପରେ ପଡ଼ିଥିବା ପରମାଣୁ ବୋମା ଠାରୁ ୩୩ ଗୁଣ ଅଧିକ ପ୍ରଭାବଶାଳୀ ।

ଯେତେବେଳେ ଋଷ୍‌ କିଞ୍ଜଲ ମିସାଇଲ୍‌ ପରୀକ୍ଷଣ କରୁଥିଲା ସେତେବେଳେ ତାକୁ ଗେମ୍‌ ଚେଞ୍ଜର ବୋଲି କୁହାଯାଇଥିଲା । ହେଲେ ବର୍ତ୍ତମାନ ୟୁକ୍ରେନ୍‌ ଉପରେ ଆକ୍ରମଣ କରୁଛି ଋଷ୍‌ । ଏହି ସମୟରେ ଋଷ୍‌ କିଞ୍ଜଲ ମିସାଇଲ୍‌ର ବ୍ୟବହାର କରିଥିବା ବେଳେ ଏହି ଯୁଦ୍ଧ କେଉଁ ମୋଡ଼ ନେଉଛି ତାକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି ।

କିଞ୍ଜଲ ମିସାଇଲ୍‌ର ବିଶେଷତ୍ୱ-

କିଞ୍ଜଲ ମିସାଇଲ୍‌ ଆକାଶରେ ଲଞ୍ଚ ହେଉଥିବା ଏକ ହାଇପର ସୋନିକ୍‌ ମିସାଇଲ୍‌ । ଏହାର ରେଞ୍ଜ ୧୫୦୦ କିଲୋମିଟରରୁ ୨୦୦୦ କିଲୋମିଟର ବୋଲି କୁହାଯାଉଛି । ଏହା ୪୮୦ କିଲୋ ନ୍ୟୁକ୍ଲିୟର୍‌ ବହନ କରିପାରେ । ହିରୋସୀମା ଉପରେ ପଡ଼ିଥିବା ବୋମା ଠାରୁ ଏହା ୩୩ ଗୁଣା ଘାତକ ।୨୦୧୮ରେ ପୁଟିନ୍‌ ଏହାକୁ ଅନାବରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.