୨ ଦିନ ଭିତରେ ବିଶ୍ୱକୁ ଖୁସି ଖବର ଦେବ ଋଷ୍ ‌, ଆସିବ ପ୍ରଥମ କରୋନା ଟୀକା

Published By : Prameya-News7 Bureau | August 11, 2020 IST

ନୂଆଦିଲ୍ଲୀ ୧୧।୦୮: କରୋନା ସଙ୍କଟ ମଧ୍ୟରେ ଏକ ଆସ୍ୱସ୍ତିର ଖବର ଆସିଛି । ଆସନ୍ତାକାଲି ବିଶ୍ବର ପ୍ରଥମ କୋଭିଡ ଟିକାର ସାର୍ବଜନୀନ ବ୍ୟବହାରର ଲୋକାର୍ପିତ କରିବେ ରୁଷ ସରକାର । ରୁଷର ଗମାଲେଇ ଇନ୍ ଷ୍ଟିଚ୍ୟୁଟ୍  ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍  ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ବିକଶିତ ହୋଇଛି  ଏହି  ଟିକା ।  ବିଶ୍ବର ପ୍ରଥମ କୋଭିଡ୍ ଟିକା ସାର୍ବଜନୀନ ବ୍ୟବହାର ପାଇଁ ୧୨ତାରିଖରେ ଲୋକାର୍ପିତ ହେବ ବୋଲି ରୁଷ ଉପ ସ୍ବାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ ଶୁକ୍ରବାର ଘୋଷଣା କରିଛନ୍ତି ।

ରୁଷର ଗମାଲେଇ ଇନ୍ ଷ୍ଟିଚ୍ୟୁଟ୍  ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍  ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ବିକଶିତ ହୋଇଛି । ଏହାକୁ ପ୍ରଥମେ ଦେଶର ସୈନ୍ୟବାହିନୀମାନଙ୍କ ମଧ୍ୟରେ ପରୀକ୍ଷା କରାଯାଇଥିଲା ବୋଲି ରୁଷ୍‌ ପକ୍ଷରୁ କୁହାଯାଇଥିଲା । ତେବେ ରୁଷ୍‌ ପ୍ରଥମ ପର୍ଯ୍ୟାୟରେ ଦେଶର ପ୍ରାୟ ୬୦ପ୍ରତିଶତ ନାଗରିକଙ୍କୁ ଏହି ଫ୍ଲୁ-ଟିକା ଦିଆଯିବ ବୋଲି ନିଷ୍ପତ୍ତି ନେଇଛି । ବିଶେଷକରି ବିଭିନ୍ନ ଜଟିଳ ରୋଗରେ ପୀଡିତ ଥିବା ଦେଶରେ ୭୫ପ୍ରତିଶତ ନାଗରିକଙ୍କୁ ପ୍ରାଥମିକତା ଭିତ୍ତିରେ ଏହି କରୋନା ଟୀକା ଦିଆଯିବାକୁ ରୁଷ୍‌ ସରକାର  ନିଷ୍ପତ୍ତି ନେଇଛନ୍ତି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ରୁଷ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁନ୍‌ ୧୮ରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ ଜରିଆରେ ୩୮ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହାର ପ୍ରୟୋଗ କରାଯାଇଥିଲା । ଟୀକା ପରୀକ୍ଷଣରେ ଭାଗ ନେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କ ଭିତରେ କରୋନା ବିରୋଧରେ ଲଢେଇ କରିବା ପାଇଁ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାର ଦେଖବାକୁ ମିଳିଥିଲା । ଏହାପରେ ଜୁଲାଇ ୧୫ ପ୍ରଥମ ଓ ୨୦ରେ ଦ୍ୱୀତିୟ ଦଫାରେ ସ୍ୱେଚ୍ଛାସେବୀମାନଙ୍କୁ ଏହି ଟୀକା ପରୀକ୍ଷଣ କରାଯାଇଥିଲା । ଏହାର କିଛି ଦିନ ପରେ ଏମାନଙ୍କୁ ହସ୍ପିଟାଲରୁ ମୁକ୍ତ କରାଯାଇଛି । ପୂର୍ବର ଦୁଇ ପର୍ଯ୍ୟାୟ ଟୀକାକରଣ ପରେ ଚଳିତ ସପ୍ତାହରେ ଗଣ ଟିକା ଦାନ କାର୍ଯ୍ୟକ୍ରମ କରାଯିବ ବୋଲି ରୁଷ୍‌ ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ ଟିକାର ସମ୍ପୂର୍ଣ୍ଣ ତିନି ପର୍ଯ୍ୟାୟ ବ୍ୟବହାରିକ  ପରୀକ୍ଷଣ ସରିଛି ନା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ରୁଷ୍  ସରକାର ଏଭଳି ପଦକ୍ଷେପ ନେବାକୁ ଚାହୁଛନ୍ତି, ତାହା ସ୍ପଷ୍ଟ ହୋଇନି । ତେବେ ଟିକା ପ୍ରସ୍ତୁତି ଓ ବ୍ୟବହାର ପାଇଁ ନିର୍ଦ୍ଧାରିତ ନୀତିନିୟମର ଅନୁପାଳନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରୁଷକୁ ସତର୍କ କରାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.