ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ୟୁକ୍ରେନର ଆଉ ଏକ ଗ୍ରାମକୁ ଦଖଲ କଲା ଋଷ, ମସ୍କୋର ଦାବି ପରେ ଉଗ୍ର ହୋଇପାରେ ସଂଘର୍ଷ

31/01/2023 at 11:13 PM

ନୂଆଦିଲ୍ଳୀ, ୩୧/୦୧: ୟୁକ୍ରେନର ବଖମୁଟ୍‌ ସହରର ଉତ୍ତରରେ ଥିବା ଏକ ଗ୍ରାମକୁ ନିଜ ଅକ୍ତିଆରକୁ ନେଇଥିବା ଦାବି କରିଛି ଋଷ। ଏଠାରେ ଏବେବି ଉଭୟ ଦେଶର ସେନା ବର୍ତ୍ତମାନ ଯୁଦ୍ଧ ଜାରି ରହିଛି। ବ୍ଲାଗୋଡାଟନି ଗ୍ରାମ ସୋଲିଡାରର ସଲ୍ଟ-ମାଇନିଂ ସହର ନିକଟରେ ରହିଛି। ସୋଲିଡାର ସହରକୁ ନିକଟରେ ଋଷିଆ ସୈନ ନିଜ ଅକ୍ତିଆରକୁ ନେଇଥିଲେ। ଆଉ ମଙ୍ଗଳବାର ଋଷ ଏହି ଗ୍ରାମକୁ ଅକ୍ତିଆର କରିଥିବା ନେଇ କହିଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ। ଏହାପୂର୍ବରୁ ଶନିବାର ଋଷ ଓ୍ବାଗନର ଗ୍ରୁପ୍ ବ୍ଲାଗୋଡାଟନି ଉପରେ ଋଷ ସେନା କବ୍ଜା କରିଥିବା ନେଇ କହିଥିଲା। କିନ୍ତୁ କିଭ୍ କହିଥିଲା ଗାଁ ଉପରେ ହୋଇଥିବା ଆକ୍ରମଣକୁ ପ୍ରତ୍ୟାହାର କରିନେଇଛି।

ପ୍ରକୃତରେ ମସ୍କୋ ଗୁରୁତ୍ବପୂର୍ଣ୍ଣ ଡୋନବାସକୁ କବ୍ଜା କରିବାକୁ ଚାହୁଛି। ଏଥିପାଇଁ ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ହିଁ ଋଷ ଡୋନବାସ୍‌କୁ ଅକ୍ତିଆର କରିବାକୁ ଚେଷ୍ଟା କରୁଛି। ଆଉ ଏବେ ବାଖମୁଟ୍‌ ଯୁଦ୍ଧର ନୂଆ ସ୍ଥାନ ପାଲଟିଛି। ପୂର୍ବରୁ ଋଷ ଲୁହାନ୍ସକ ଉପରେ କବ୍ଜା କରିସାରିଛି। ଅଧା ଡୋନେସ୍କର ଏବେବି ୟୁକ୍ରେନ୍‌ ଅଧୀନରେ ରହିଛି। ସେପଟେ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଋଷ ସୈନ୍ୟମାନେ ପଶ୍ଚିମ ଡୋନେସ୍କର ଭୁହୁଲଦାର ଏବଂ ପାଭଲିଭ୍କା ସହରରେ ଆଗକୁ ବଢ଼ୁଛନ୍ତି କିନ୍ତୁ ଏଠାରେ ସଫଳତା ପାଇବା ସମ୍ଭବ ନୁହେଁ।

ବେଲାରୁସ ସହ ମିଶି ସାମରିକ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରିବ୍‌ ଋଷ:

ମଙ୍ଗଳବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବେଲାରୁସ୍‌ ସହ ମିଳିତ ଯୁଦ୍ଧାଭ୍ୟାସ ପାଇଁ ମିଲିଟାରୀ ଟ୍ରେନିଂ ସେଣ୍ଟର ତିଆରି ପାଇଁ ସମର୍ଥନ ଜଣାଇଛନ୍ତି। ଏହା ଦ୍ବାରା ମିନ୍ସକ ୟୁକ୍ରେନ ବିବାଦ ମଧ୍ୟରେ ପଶିପାରେ। ଏଥିପାଇଁ ପୁଟିନ୍ ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରୀଙ୍କୁ ବେଲାରୁସ ସହ କଥା ହେବା ଏବଂ ଚୁକ୍ତି କରିବା ପାଇଁ କହିଛନ୍ତି। ତେବେ କେଉଁ ସ୍ଥାନରେ ବେସ୍ ସ୍ଥାପନ ହେବ ସେନେଇ ସ୍ପଷ୍ଟ ହୋଇନାହିଁ। ମିନ୍ସକ ମସ୍କୋକୁ ଗତ ବର୍ଷ ୨୪ ଫବୃଆରୀ ଠାରୁ ବେଲାରୁସ ଅଞ୍ଚଳକୁ ଲଞ୍ଚ ପ୍ୟାଡ୍ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଛି। ସେପଟେ ବେଲାରୁସ୍‌ ନେତା ଆଲେକ୍ଜାଣ୍ଡାର ଲୁକାସେନକୋ କହିଛନ୍ତି ସେ ବେଲାରୁସର ସୈନିକଙ୍କୁ ୟୁକ୍ରେନକୁ ପଠାଇବେ ନାହିଁ ଏହା କେବଳ ଋଷିଆ ସହ ସାମରିକ ଅଭ୍ୟାସ।

   Related Posts