ନୂଆଦିଲ୍ଲୀ ୦୯/୦୫: ଭାରତରେ ଚାଲିଛି ଲୋକସଭା ନିର୍ବାଚନ । ତେବେ ଏହାକୁ ବର୍ବାଦ କରିବାକୁ ଚେଷ୍ଟା କରୁଛି ଆମେରିକା । ନିର୍ବାଚନ ବେଳେ ଏମିତି ବଡ ଦାବି କରିଛି ରୁଷ ।
ଋଷ ପକ୍ଷରୁ କୁହାଯାଇଛି ଯେ, ଭାରତର ନିର୍ବାଚନରେ ଦଖଲ ଦେବାକୁ ଚେଷ୍ଟା କରୁଛି ଆମେରିକା । ଋଷର କହିବା ମୁତାବକ, ଭାରତର ଲୋକସଭା ନିର୍ବାଚନରେ ଦଖଲ ଦେବାକୁ ଚେଷ୍ଟା କରୁଛି ଆମେରିକା । ଭାରତରେ ହେଉଥିବା ଲୋକସଭା ନିର୍ବାଚନରେ ଅସ୍ଥରତା ସୃଷ୍ଟି କରିବା ହେଉଛି ଆମେରିକାର ମୁଖ୍ୟ ଲକ୍ଷ୍ୟ ।
"Unfounded Accusations:" US Aims to Destabilise India During #LokSabha2024 - Russian Foreign Ministry
— RT_India (@RT_India_news) May 8, 2024
Spox Maria Zakharova has said Washington lacks simple understanding of India's national mentality and history, as America continues to make "unfounded accusations" about… pic.twitter.com/M8G0gtiP92
ଋଷର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଟି ନ୍ୟୁଜ୍ ମୁତାବକ, ରୁଷ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିୟା ଜାଖାରୋବା କହିଛନ୍ତି, ଆମେରିକା ଭାରତର ରାଜନୈତିକ ମାହୋଲକୁ ବିଗାଡିବାକୁ ଚେଷ୍ଟା କରୁଛି ଶକ୍ତିଶାଳୀ ରାଷ୍ଟ୍ର । ଆମେରିକା ଲଗାତାର ଭାରତର ଧାର୍ମିକ ସ୍ୱତନ୍ତ୍ରତାକୁ ନେଇ ଲଗାତାର ଆରୋପ ଲଗାଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତର ରାଜନୈତିକ ମାହୋଲକୁ ଖରାପ କରିବା ।