Corona ସଚେତନତା ନେଇ ଭ୍ରମ !

Published By : Prameya-News7 Bureau | February 23, 2020 IST

ଓ୍ବାସିଂଟନ ୨୩।୦୨: ଚୀନରେ ଦିନକୁ ଦିନ ବ୍ୟାପିଚାଲିଛି କରୋନା ଭାଇରସ । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୨ହଜାର ପାର୍ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ହଜାରରେ ପହଞ୍ଚିଲାଣି। ୨୬ରୁ ଅଧିକ ଦେଶକୁ ବ୍ୟାପିଯାଇଛି ଏହି ମାରାତ୍ମକ ଭୂତାଣୁ । ତେବେ ଭୂତାଣୁ ସଂକ୍ରମଣ ନେଇ ମିଥ୍ୟା ଗୁଜବ ପ୍ରଚାରିତ ହେଉଥିବା ଚୀନ୍ ଅଭିଯୋଗ ଆଣିଥିଲା । ଇତି ମଧ୍ୟରେ ଆମେରିକା ଆଣିଛି ଆଉ ଏକ ନୂଆ ଅଭିଯୋଗ। ଏହି ଅଭିଯୋଗ  ରୁଷ୍ ବିରୋଧରେ କରିଥିବା ବେଳେ କରୋନା ସଚେତନତା କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି।

ଚୀନରେ ବ୍ୟାପିଥିବା କରୋନା ଭାଇରସ୍‌ ଲାଗି ସାରାବିଶ୍ବରେ ଏବେ ଚିନ୍ତାର ବିଷୟ । ସାରାବିଶ୍ବ ନିଜ ନିଜ ଉଦ୍ୟମରେ ଭାଇରସ୍‌ରୁ କିପରି ରକ୍ଷା ମିଳିପାରିବ । ସେନେଇ ପ୍ରୟାସ ଚାଲିଥିବା ବେଳେ କିଛି ଦେଶ ନିଜର ସ୍ବତନ୍ତ୍ର ଭାବେ ଭାଇରସ ନେଇ ସତର୍କ ଚଳାଇବା ଯାହା ବିଶ୍ବ ସମୂହ ପାଇଁ ବାଧକ ସୃଷ୍ଟି ହୋଇଛି । ବିଶ୍ବ ସମୁଦାୟ ଏକ ହୋଇ ଏହି ମାରାତ୍ମକ ଭୂତାଣୁ ନେଇ ସତର୍କ ଜାରି କରୁଛନ୍ତି । କିନ୍ତୁ ଆମେରିକା ଏକ ନୂତନ ଅଭିଯୋଗ ଆଣିଛି । ଆମେରିକା କହିଛି ଯେ, ସାରା ବିଶ୍ବ ଏକ ହୋଇ ଭାଇରସ ନେଇ ସତର୍କ କାର୍ଯ୍ୟକ୍ରମ ଚଳାଉଥିବା ବେଳେ ରୁଷ ତାର ସ୍ବତନ୍ତ୍ର ଭାବେ ସଚେତନତା କାର୍ଯ୍ୟକ୍ରମ ଚଳାଉଛି । ଯାହାକି ବିଶ୍ବ ସମୁଦାୟ ପାଇଁ ଚିନ୍ତର ବିଷୟ ପାଲଟିଛି ।

କରୋନା ଭାଇରସ ନେଇ ସତର୍କ ଜାରି କରାୟାଉଥିବା ସୋସିଆଲ୍‌ ମିଡିଆରେ ଅତ୍ୟଧିକ ଆକାଉଣ୍ଟ ରୁଷ ବୋଲି ଜଣାପଡିଛି । ତେଣୁ ରୁଷ ତା ନିଜ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ ଚଳାଉଛି ଯାହା ବିଶ୍ବ ସମୁଦାୟର ସଚେତନତା କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛି ବୋଲି ଆମେରିକା ଅଭିଯୋଗ କରିଛି । ଜାତିସଂଘ କରୋନା ଭୂତାଣୁକୁ ମହାମାରୀର ରୂପ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.