ବାଇଡେନଙ୍କ ପତ୍ନୀ ଏବଂ ଝିଅଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା ରୁଷ, ଆପଣେଇଲା ଯେସାକୁ ତେସା ନୀତି

Published By : Prameya-News7 Bureau | June 28, 2022 IST

ମସ୍କୋ: ଅନେକ ମାସ ଧରି ଜାରି ୟୁକ୍ରେନ ଯୁଦ୍ଧ ମଧ୍ୟରେ ବଡ ପଦକ୍ଷେପ ଉଠାଇଛି ରୁଷ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଏବଂ ଝିଅଙ୍କ ସମେତ ୨୩ ଜଣ ଆମେରିକୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ରୁଷ। ରୁଷ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଏ ସଂପର୍କରେ ମଙ୍ଗଳବାର ସୂଚନା ଦିଆଯାଇଛି।

ସଂପ୍ରତି ରୁଷ ବିରୋଧରେ ସମଗ୍ର ଦୁନିଆରେ କଟକଣା ବଢିବାରେ ଲାଗିଛି। ପ୍ରାୟତଃ ଏକଘରିଆ  ହୋଇ ରହିଛି ରୁଷ। ଏଥିରେ ପ୍ରତିକ୍ରିୟାଶୀଳ ପ୍ରକାଶ କରି ରୁଷ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଏବଂ ଝିଅଙ୍କ ରୁଷରେ ପ୍ରବେଶ ଉପରେ କଟକଣା ଲଗାଇଛି। ବାଇଡେନଙ୍କ ପତ୍ନୀ ଜିଲ୍ ଏବଂ ଝିଅ ଏସଲେଙ୍କ ସହିତ ଦେଶର ‘ଷ୍ଟପ୍ ଲିଷ୍ଟ’ରେ ୨୫ ଜଣଙ୍କ ନାମରେ ଯୋଡି ହୋଇ ଯାଇଛି।

ରୁଷ ଚାରି ଆମେରିକୀୟ ସାଂସଦଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଇଛି। ପ୍ରତିବନ୍ଧକ ଲଗାଯାଇଥିବା ସାଂସଦଙ୍କ ମଧ୍ୟରେ ରିପବ୍ଲକିକନର ମିଚ୍ ମ୍ୟାକକୋନେଲ, ସୁମାନ କଲିନ୍ସ , ବେନ ସାସେ ଏବଂ ଡେମୋକ୍ରାଟିକର କର୍ଷ୍ଟନ ଗିଲିବ୍ରେଣ୍ଡ ସାମିଲ୍। ତାଲିକାରେ ଫ୍ରାନସିସ୍ ଫୁକୁୟାମା ସହିତ ପ୍ରମୁଖ ଶିକ୍ଷାବିଦ୍ ମଧ୍ୟ ସାମିଲ୍।

ଏହା ପୂର୍ବରୁ ଆମେରିକା ରୁଷର ଅନେକ ଖ୍ୟାତାନାମା ଉଦ୍ୟୋଗପତି, ବ୍ୟବସାୟୀ, ରାଜନେତାଙ୍କ ସହିତ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଝିଅ ଉପରେ କଟକଣା ଲଗାଇଥିଲା। ପରବର୍ତ୍ତୀ ସମୟରେ ବ୍ରିଟେନ୍ ସମେତ ଅନେକ ଦେଶ ମଧ୍ୟ ଏମିତି କଟକଣା ଲଗାଇଥିଲେ। ଏବେ ରୁଷ ଯେସାକୁ ତେସା ନୀତି ଆପଣେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.