Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ୟୁକ୍ରେନରେ ବାରମ୍ବାର ସୈନିକଙ୍କ ପଛଘୁଞ୍ଚା ପରେ ନୂତନ ଜେନେରାଲ ନିଯୁକ୍ତ କଲା ରୁଷ

8/10/2022 at 9:52 PM

ନୂଆଦିଲ୍ଲୀ: ୟୁକ୍ରେନରେ କ୍ରମାଗତ ପଛଘୁଞ୍ଚା ଦେଇ ଚାଲିଛନ୍ତି ରୁଷ ସେନା। ଏମିତି ସମୟରେ ରୁଷ ନିଜ ସେନାର ନେତୃତ୍ଵ କରିବାକୁ ନୂତନ ଜେନେରାଲ ନିଯୁକ୍ତ କରିଛି। ଜେନେରାଲ ସର୍ଗି ସୁରୋଭିକିନଙ୍କୁ ସ୍ଵତନ୍ତ୍ର ସୈନ୍ୟ ଅଭିଯାନ ଗ୍ରୁପର ନେତୃତ୍ଵର କମାଣ୍ଡର ଭାବେ ନିଯୁକ୍ତ କରାଯାଇଥିବା ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ  କହିଛି।

ଚଳିତ ବର୍ଷ ଫେବୃଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଅନେକ ମାସ ପ୍ରାଧ୍ୟାନ୍ୟ ବିସ୍ତାର କରିବା ପରେ ସଂପ୍ରତି ରୁଷ ସେନାକୁ ୟୁକ୍ରେନର ପ୍ରତିଜବାବର ସାମ୍ନା କରିବାକୁ ପଡିଛି। ରୁଷ ମନ୍ତ୍ରଣାଳୟର ଓ୍ଵେବସାଇଟ୍‌ ଅନୁଯାୟୀ, ୫୫ ବର୍ଷୀୟ ସୁରୋଭିକିନ ସାଇବେରିଆର ନୋଭୋସିବିସ୍କ ଅଞ୍ଚଳରେ ଜନ୍ମଗ୍ରହଣ କରିଛନ୍ତି। ୧୯୯୦ ଦଶନ୍ଧିରେ ତାଜିକିସ୍ତାନ ଏବଂ ଚେଚନ୍ୟାରେ ସଂଘର୍ଷର ଅନୁଭବ ରହିଛି। ୟୁକ୍ରେନରେ ଏ ପର୍ଯ୍ୟନ୍ତ ସୁରୋଭିକିନ ସାଉଥ ଫୋର୍ସର ନେତୃତ୍ଵ ନେଉଥିଲେ।

ୟୁକ୍ରେନରେ ରୁଷ ସେନାଙ୍କ ପଛଘୁଞ୍ଚା ରୁଷ ସରକାରଙ୍କ ପାଇଁ ବଡ ଝଟକା। ରାଜନୈତିକ ସହ ସମସ୍ତ କ୍ଷେତ୍ରରୁ ପୁଟିନ୍ ସରକାରଙ୍କ ସମାଲୋଚନା କରାଯାଉଛି। ସେପ୍ଟେମ୍ବର ଆରମ୍ଭରେ ରୁଷ ସୈନିକ ଖାରକିଭ ଅଞ୍ଚଳରୁ ପଛଘୁଞ୍ଚା ଦେଇଥିଲେ। ୟୁକ୍ରେନ ସେନା ପୁଣି ଥରେ ନିଜର  ହଜାର ହଜାର ବର୍ଗକିଲୋମିଟର ଅଞ୍ଚଳକୁ କବଜା କରିଥିଲା। ରୁଷ ସୈନିକ ଦକ୍ଷିଣ ଖରସେନ ଅଞ୍ଚଳ ସହିତ ପୂର୍ବ ୟୁକ୍ରେନରେ ଲାଇମ୍ୟାନ ଟ୍ରାନ୍ସପୋର୍ଟ ହବ୍‌କୁ ମଧ୍ୟ ହରାଇଛନ୍ତି।

   Related Posts