କୃଷ୍ଣ ସାଗର ଏଗ୍ରିମେଣ୍ଟ ଲାଗୁ ନିମନ୍ତେ ରାଜିହେଲା ଋଷିଆ, ଜାଣନ୍ତୁ କିପରି ?

Published By : Prameya-News7 Bureau | November 03, 2022 IST

ଅଙ୍କାରା ୩।୧୧: ୟୁକ୍ରେନ ସହ ଯୁଦ୍ଧମଧ୍ୟରେ ଋଷିଆ ଅଗ୍ରାହ୍ୟ କରିଦେଇଥିବା ଗ୍ରେନ ଏଗ୍ରିମେଣ୍ଟକୁ ପୁଣି ଲାଗୁ କରିବାକୁ ରାଜି ହୋଇଛି। ପଡୋଶୀ ତୁର୍କିଏ ଏହି ସୂଚନା ଦେଇଛି। ଏ ବାବଦେ ତୁର୍କିର କଥାକଥାକୁ ଋଷିଆ ମାନି ନେଇଥିବାର ଅନୁମାନ କରାଯାଉଛି। କାରଣ ଅତୀତରେ ଏହି ରାଜିନାମା ତୁର୍କି ମଧ୍ୟସ୍ଥତାରେ ହୋଇଥିଲା। ଋଷିଆ ପ୍ରତିରକ୍ଷାମନ୍ତ୍ରୀ ତାଙ୍କର ତୁର୍କିଏ ସମକକ୍ଷଙ୍କ ସହ କଥା ହୋଇ ଜାତି ସଂଘଙ୍କ ମଧ୍ୟସ୍ଥତାରେ ହୋଇଥିବା ରାଜିନାମାକୁ ଋଷିଆ ପୁଣି ଲାଗୁ କରିବାକୁ ରାଜି ହୋଇଥିବା କହିଛନ୍ତି।

ଏହି ବୁଝାମଣା ଅନୁସାରେ ପୁଣି ୟୁକ୍ରେନରୁ ହଜାର ହଜାର ଟନ ଖାଦ୍ୟଶଶ୍ୟ ବୋଝେଇ ନେଇ ଜାହାଜ କୃଷ୍ଣସାଗର ରାସ୍ତାରେ ବାହାରକୁ ଯାଇପାରିବେ।  ତୁର୍କିଏ ରାଷ୍ଟ୍ରପତି ରେସେପ ତ୍ୟେପ ଏର୍ଦୋଗାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଋଷିଆ ପ୍ରତିରକ୍ଷାମନ୍ତ୍ରୀ ସର୍ଗେଇ ଶୋଇଗୁ ତୁର୍କିଏର ତାଙ୍କ ସମକକ୍ଷ ହୁଲୁସୀ ଅକାରଙ୍କ ସହ ଆଲୋଚନାରେ ବୁଧବାରଠାରୁ ଶଶ୍ୟ କରିଡୋର ବୁଝାମଣା ପୂର୍ବରୁ ଯେପରି ଥିଲା ଏବେ ପୁଣି ସେହିପରି ରହିବ ବୋଲି ଶୋଇଗୁ କହିଛନ୍ତି।

ଏର୍ଡୋଗାନ କହିଛନ୍ତି ଯେ ଏହି ବୁଝାମଣା ସୋମାଲିଆ, ଜିବୁତି, ସୁଦାନ ସହିତ ଆଫ୍ରିକୀୟ ଦେଶଙ୍କ ଶଶ୍ୟ ନୌବହନକୁ ପ୍ରାଥମିକତା ଦେବ। ତେବେ ଋଷିଆ ଆଧିକାଂଶ ଖାଦ୍ୟ ଶଶ୍ୟ ବିଶ୍ୱର ଧନୀ ଦେଶଙ୍କ ନିକଟରେ ପହଞ୍ଚୁଥିବାରୁ ଚିନ୍ତା ପ୍ରକାଟ କରିଛି। କୃଷ୍ଣସାଗରରେ ଋଷିଆ ସ୍କ୍ୱାଡ୍ରନ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣକୁ ନେଇ ଗତ ଶନିବାର ଖାଦ୍ୟ ଶଶ୍ୟ ଏଗ୍ରିମେଣ୍ଟରେ ନିଜର ଭାଗିଦାରୀ ନିଲମ୍ବିତ କରିଦେଇଥିଲା।  ଫଳରେ ସୋମବାର ଦକ୍ଷିଣ ୟୁକ୍ରେନ ବନ୍ଦରମାନଙ୍କରୁ ଜାହାଜ ଜାତାୟାତ ଅଟକି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.