‘ରସେଲ୍‌ଙ୍କ ପାଇଁ କିଛି ଅସମ୍ଭବ ନୁହେଁ, IPLରେ ସହଜରେ ଲଗାଇପାରିବେ ଦ୍ବିଶତକ’: ହସି

Published By : Prameya-News7 Bureau | September 07, 2020 IST

ଆବୁଧାବି ୦୭/୦୯: ସେପ୍ଟେମ୍ବର ୧୯ରେ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟକୁ ନେଇ ଖେଳପ୍ରେମୀଙ୍କ ଗହଣରେ ଚର୍ଚ୍ଚା ଜୋର । ଏହାରି ଭିତରେ ଆଇପିଏଲ୍‌ ପାଇଁ ଖେଳସୂଚୀ ମଧ୍ୟ ପ୍ରକାଶ ପାଇସାରିଛି । ତେବେ​‌ ଆଇପିଏଲରେ ଅର୍ଦ୍ଧଶତକ ଓ ଶତକ ଲଗାଉଥିବା ଖେଳାଳୀଙ୍କୁ ଅଧିକ ପ୍ରଶଂସା ମିଳିଥାଏ । ଏହାକୁ ନେଇ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)ଟିମ୍‌ର ମେଣ୍ଟର ଡେଭିଡ୍‌ ହସି ରସେଲ୍‌ଙ୍କୁ ଉପରେ ଦେଇଛନ୍ତି ବଡ଼ ବୟାନ।

ଯଦି ରସେଲ୍‌ ତିନି ନମ୍ବର ଅର୍ଡରରେ ଆସନ୍ତି ତେବେ ସେ​‌ ଦ୍ବିଶତକ ସ୍କୋର କରିପାରିବେ ବୋଲି ଦାବି କରିଛନ୍ତି ହସି । ରସେଲ୍‌ ଜଣେ ମହାନୁଭବୀ ବ୍ୟାଟ୍ସମ୍ୟାନ୍‌ । ସେ କୋଲକାତା ପାଇଁ ବିଜୟୀ ପାଳି ଖେଳିଛନ୍ତି । ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଲେ ସେ ଦ୍ବିଶତକ ଲଗାଇପାରିବେ ବୋଲି ଦୃଢ଼ତାର ସହ କହିଛନ୍ତି ହସି ।

ଆଇପିଏଲର ଶୀର୍ଷ କ୍ରମରେ ରସେଲ ଖେଳିପାରିବେ କି ନାହିଁ ପ୍ରଶ୍ନରେ ହସି କହିଛନ୍ତି, ହଁ ନିଶ୍ଚିତ ଖେଳିପାରିବେ। ଦଳ ପାଇଁ ଯାହା ଆବଶ୍ୟକ ସେଭଳି ହେବା ଆବଶ୍ୟକ । କିନ୍ତୁ ରସେଲ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଲେ କେବଳ ୬୦ ବଲ୍‌ରେ ସେ ଦ୍ବିଶତକ ସ୍କୋର କରିପାରିବେ ବୋଲି କହିଛନ୍ତି ହସି । ରସେଲଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ । ସେ ଜଣେ ମଜଭୁତ ଖେଳାଳି ବୋଲି କହିଛନ୍ତି ଡେଭିଡ୍‌ ହସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.