Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପୂର୍ବ ୟୁକ୍ରେନରେ ବନ୍ଦୀ ୧୦ ହଜାରରୁ ଅଧିକ ଲୋକ : ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ, ଘରୁ ବାହାରିବା ବି ମନା

10/06/2022 at 12:53 PM

କିଏଭ୍‌,୧୦/୦୬: ୟୁକ୍ରେନ୍‌ର ସେଭେରୋଡୋନେସ୍କ ସହରକୁ କବ୍‌ଜା କରିବା ଲାଗି ଜୋରଦାର ଚେଷ୍ଟା ଚଳାଇଛି ରୁଷ ସେନା । ଏଥିପାଇଁ ଜୋରଦାର ଆକ୍ରମଣ କରାଯାଉଛି । ଏମିତି କି ଲୋକଙ୍କୁ ବାହାରକୁ ଯିବା ପାଇଁ ଅନୁମତି ମିଳୁନାହିଁ । ଫଳରେ ଏଠାରେ ଏବେ ପାଖାପାଖି ୧୦,୦୦୦ ଲୋକ ଫସିରହିଛନ୍ତି । ସହର ମଧ୍ୟକୁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ବି ଆସିପାରୁ ନାହିଁ । ଏଭଳି ସ୍ଥିତିରେ ସେମାନଙ୍କୁ ଉଦ୍ଧାର କରିବା ମଧ୍ୟ ମୁସ୍କିଲ ବ୍ୟାପାର ପାଲଟିଥିବା ମେୟର ଓଲେକ୍‌ଜାଣ୍ଡର ଷ୍ଟ୍ରାୟକ୍‌ ଗୁରୁବାର କହିଛନ୍ତି ।

ମେୟର କହିଛନ୍ତି, ପୁଟିନ୍‌ ସେନା ଜୋରଦାର ବୋମା ଓ ମିସାଇଲ ମାଡ଼ କରୁଥିଲେ ହେଁ ଘରୋଇ ସେନା ହାର୍‌ ମାନିନାହାନ୍ତି । ପାରୁପର୍ଯ୍ୟନ୍ତ ସେମାନଙ୍କୁ ରୋକିବା ଲାଗି ଜବାବୀ ହମ୍‌ଲା କରାଯାଉଛି । କିନ୍ତୁ ସେଭେରୋଡୋନେସ୍କରୁ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଛି। ଯୁଦ୍ଧରେ ବିରାମ ଲାଗୁ ନ ଥିବାରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ପାରିବ ।

ପୂର୍ବାଞ୍ଚଳରେ ଚାଲିଥିବା ଯୁଦ୍ଧରେ ରୁଷ୍‌କୁ ବି ବ୍ୟାପକ କ୍ଷତିର ସାମ୍ନା କରିବାକୁ ପଡୁଛି । ଏହାର ଅନେକ କର୍ଣ୍ଣେଲ ଓ ଜେନେରାଲ ପ୍ରାଣ ହରାଇଲେଣି । ସଦ୍ୟ ଘଟଣାକ୍ରମେ ସେଭେରୋଡୋନେସ୍କରେ ସାଙ୍ଘାତିକ ଯୁଦ୍ଧ ଲାଗିରହିଥିବା ବେଳେ ଏଠାରେ ରୁଷ୍‌ର ଦୁଇଜଣ କର୍ଣ୍ଣେଲଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ୩୬ ବର୍ଷୀୟ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାଦିମ୍‌ ଗେରାସିମୋଭ ଏବଂ କର୍ଣ୍ଣେଲ ରସ୍‌ଲାନ୍‌ ଶିରିନ୍‌ । ଏମାନଙ୍କୁ ମିଶାଇ ୟୁକ୍ରେନ୍‌ ଯୁଦ୍ଧରେ ମୋଟ ୫୨ କର୍ଣ୍ଣେଲଙ୍କ ମୃତ୍ୟୁ ଘଟିଲାଣି । ଭାଦିମ୍‌ ଗେରାସିମୋଭଙ୍କୁ ମରଣୋତ୍ତର ‘ହିରୋ ଅଫ୍‌ ରଷିଆ’ ସମ୍ମାନ ପ୍ରଦାନ କରାଯାଇଛି । ଏହାଛଡ଼ା ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୧,୦୦୦ରୁ ଅଧିକ ସୈନ୍ୟ ପ୍ରାଣ ହରାଇଥିବା ୟୁକ୍ରେନ୍‌ ଦାବି କରିଛି ।

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନସ୍କି କହିଛନ୍ତି ଯେ ସେଭେରୋଡୋନେସ୍କରେ ଚାଲିଥିବା ଯୁଦ୍ଧ ହିଁ ପୂର୍ବ ୟୁକ୍ରେନ୍‌ର ଭାଗ୍ୟ ନିର୍ଦ୍ଧାରଣ କରିବ । ଅର୍ଥାତ୍‌ ଏହି ସହରକୁ ରୁଷ ସେନା ସମ୍ପୂର୍ଣ୍ଣ କବ୍‌ଜା କଲେ ପୂର୍ବାଞ୍ଚଳ ଦଖଲ ବେଶି କଷ୍ଟକର ହେବନାହିଁ । ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ୟୁକ୍ରେନ୍‌କୁ ବିପୁଳ ସାମରିକ ସହାୟତା ଯୋଗାଇ ଦିଆଯିବା ଜରୁରି । କ୍ରେମ୍‌ଲିନ୍‌ ପାଇଁ ଡୋନ୍‌ବାସ୍‌ ଅଞ୍ଚଳ (ଡୋନେସ୍କ ଓ ଲୁହାଂସ୍କ) ରଣନୀତିକ, ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ଏହାକୁ ଦଖଲ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ପୁଟିନ୍‌ ସେନା ।

   Related Posts