oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଆକସ୍ମିକ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରିଥାନ୍ତା ଋଷ ! ଲଡିଥାନ୍ତା ନିର୍ଣ୍ଣାୟକ ଲଢେଇ- ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ

25/01/2022 at 1:30 PM

ନୂଆଦିଲ୍ଲୀ, ୨୫/୦୧:  ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ସୀମାରେ ଉଭୟ ଦେଶ ସୈନ୍ୟ ଠୁଳ କଲେଣି । ଏହାମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ  ।  ଯୁଦ୍ଧ ହେଲେ ଋଷିଆ ୟୁକ୍ରେନର ରାଜଧାନୀ କିଭ୍ ଛଡାଇ ନେବାକୁ ଯୋଜନା କରୁଥିଲା ବୋଲି ସେ କହିଛନ୍ତି ।

ବୋରିସ କହିଛନ୍ତି ଯେ, ଋଷିଆ ସୀମାରେ ଅସ୍ଥିରତା ସୃଷ୍ଟି କରୁଛି । ଫଳରେ ବାଧ୍ୟ ହୋଇ ନାଟୋ ୟୁକ୍ରେନ ସୀମାରେ ଅଧିକ ସୈନ୍ୟ ପଠାଇବାକୁ ନିଷ୍ପତ୍ତି ନେଇଛି । ଏକଦା ଋଷ ଆକସ୍ମିକ ଭାବେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିଲା । ଯାହା ନିର୍ଣ୍ଣାୟକ ଲଢେଇ ହୋଇଥାନ୍ତା । ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁରୋପୀୟ ନେତାଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବାର୍ତ୍ତାଳାପ କରିଛନ୍ତି । ଏଥିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଜନା ବାବଦରେ ଆଲୋଚନା ହୋଇଛି ।

ବାଇଡେନ୍ କହିଥିଲେ ଯେ, ସେ ୟୁରୋପୀୟ ନେତାଙ୍କ ସହ ରହିଛନ୍ତି । ସେମାନେ ମିଳିତ ଭାବେ ଋଷର ୟୁକ୍ରେନ ଉପରେ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବାରେ ସଫଳ ହେବେ । ସେମାନେ ପୂର୍ବ ୟୁରୋପକୁ ଯୁଦ୍ଧ ବିମାନ ଓ ଯୁଦ୍ଧ ଜାହାଜ  ପଠାଇବାକୁ ରାଜି ହୋଇଛନ୍ତି ।

ଟ୍ରମ୍ପ ପ୍ରଶାସନର କହିବାନୁସାରେ, ସେମାନେ ୮୫୦୦ ଯବାନଙ୍କୁ  ୟୁକ୍ରେନରେ ମୁତୟନ କରିଛନ୍ତି । ଯାହା ଋଷୀୟ ଯବାନଙ୍କୁ କଡା ଟକ୍କର ଦେବାରେ ସକ୍ଷମ ହେବ । ଋଷ ସରକାର ୟୁରୋପୀୟ ୟୁନିଅନର ଚେତାବନୀକୁ ଖାତିର ନକରି ୟୁକ୍ରେନ ସୀମାରେ ଏକ ଲକ୍ଷ ସୈନ୍ୟ ନିୟୋଜିତ କରିଛନ୍ତି ।

ସେହିପରି ପେଣ୍ଟାଗନ୍ ମୁଖପାତ୍ର  ଜନ୍ କିରବୀ ଘୋଷଣା କରିଛନ୍ତି ଯେ, ଋଷିଆ ଏବେ ପଛକୁ ହଟିବ ନାହିଁ । ଗୁଇନ୍ଦା ସୂଚନା ଆଧାରରେ ଏହି ଖବର ମିଳିଛି । ଏତତ୍ ବ୍ୟତୀତ ଅଷ୍ଟ୍ରେଲିଆ ଓ ୟୁକେର ଦୂତାବାସଙ୍କୁ ୟୁକ୍ରେନ ଛାଡିବାକୁ କୁହାଯାଇଛି । ଋଷ ନାଟୋକୁ ସମାଲୋଚନା କରିବା ପରେ ବିଭିନ୍ନ ଦେଶ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି । ପୂର୍ବରୁ ଆମେରିକା ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି ।  

   Related Posts