ୟୁକ୍ରେନ ସ୍ୱାଧିନତା ଦିବସରେ ଋଷର ମିସାଇଲ୍ ଆଟାକ୍ : ୨୨ ମୃତ, ୫୦ ଗୁରୁତର
25/08/2022 at 8:17 AM

ନୂଆଦିଲ୍ଲୀ, ୨୫|୦୮: ଋଷ ଓ ୟୁକ୍ରେନ ମଧ୍ୟରେ ୬ ମାସ ଧରି ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ବୁଧବାର ଏକ ବଡ ଦାବି କରିଛନ୍ତି । ୟୁକ୍ରେନ ସ୍ୱାଧିନତା ଦିବସରେ ଋଷ ଏକ ରେଳ ଷ୍ଟେସନରେ ମିସାଇଲ ମାଡ କରିଥିଲା । ଯେଉଁଥିରେ ୨୨ ଜଣ ପ୍ରାଣ ହରାଇଥିବା ବେଳେ ୫୦ ଜଣ ଆହତ ହୋଇଥିବା ସେ ଦାବି କରିଛନ୍ତି ।
ଜେଲେନସ୍କି ପୂର୍ବରୁ କହିଥିଲେ ଯେ, ଦେଶର ସ୍ୱାଧିନତା ଦିବସରେ ଋଷ କିଛି ବଡ ଅଘଟଣ ଘଟାଇପାରେ । ଏହାପର ଦିନ ସେ କହିଛନ୍ତି ଯେ, ଋଷ ଡୋନେସ୍କରୁ ୧୪୫ କିମି ଦୂରରେ ଥିବା ସହର ଚ୍ୟାମ୍ପଲିନ ଏକ ଟ୍ରେନ୍ ଉପରେ ରକେଟ୍ ଆକ୍ରମଣ କରିଥିଲା । ଯେଉଁଥିରେ ବଗିରେ ନିଆଁ ଲାଗିଯାଇଥିଲା ।
‼️Russian troops fired missiles at a railway station in the Dnepropetrovsk region. At least 15 people died.
— NEXTA (@nexta_tv) August 24, 2022
About 50 more were injured. The missile hit passenger railroad car at Chapline station. This was stated by Volodymir Zelenskyy during a speech at the UN Security Council. pic.twitter.com/c4y3LvMnSW
ସେ ଆହୁରି କହିଛନ୍ତି ଯେ, ଟ୍ୟାମ୍ପଲିନ୍ ଏବେ କଷ୍ଟ ସମୟ ଦେଇ ଗତି କରୁଛି । ଏସବୁ ପାଇଁ ଋଷ ଦାୟୀ । ସେମାନେ ଆକ୍ରମଣକାରୀଙ୍କୁ ନିଜ ମାଟିରୁ ତଡିଦେବେ । ୟୁକ୍ରେନରେ ଋଷ ପାପର କିଛି ଛିଟା ରହିବ ନାହିଁ । ତେବେ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଏପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।
ସୂଚନାଯୋଗ୍ୟ, ୟୁକ୍ରେନରେ ଅଗଷ୍ଟ ୨୪ ତାରିଖରେ ସ୍ୱାଧିନତା ଦିବସ ଥିଲା । କିନ୍ତୁ କୌଣସି ସମାରୋହର ଆୟୋଜନ ହୋଇନଥିଲା । କିନ୍ତୁ ୟୁକ୍ରେନ ନାଗରିକ ଏକ ସ୍ୱତନ୍ତ୍ର କୁର୍ତ୍ତା ପରିଧାନ କରିଥିଲେ ।