oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଋଷକୁ ସାମସଙ୍ଗ୍‌ର ବଡ ଝଟ୍‌କା, ସାମଗ୍ରୀର ଯୋଗାଣ ବନ୍ଦ କଲା କମ୍ପାନୀ

5/03/2022 at 1:20 PM

ନୂଆଦିଲ୍ଲୀ ୦୫/୦୩: ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ସାମସଙ୍ଗ୍ ଏକ ବଡ ନିଷ୍ପତ୍ତି ନେଇଛି । ସାମସଙ୍ଗ୍ ସମସ୍ତ ପ୍ରଡକ୍ଟର ସିପମେଣ୍ଟ୍ ସସପେଣ୍ଡ୍ କରିଥିବା ଘୋଷଣା କରିଛି ।

ସାମସଙ୍ଗ୍ କହିଛି ଯେ, ସେମାନେ ସ୍ଥିତି ଉପରେ ନିରନ୍ତର ଭାବେ ନଜର ରଖିଛନ୍ତି । ଏହାପରେ କମ୍ପାନୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସାମସଙ୍ଗ୍ କେବଳ ମୋବାଇଲ ଫୋନ୍ ନୁହେଁ ବରଂ ଚିପ୍, କନଜ୍ୟୁମର୍ ଇଲେକ୍ଟ୍ରୋନିକ୍ସ ସପ୍ଲାଇ ମଧ୍ୟ ବନ୍ଦ କରିଛି ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ସାମସଙ୍ଗର ଏହି ପଦକ୍ଷେପ ଋଷକୁ ବଡ ଝଟ୍‌କା ଦେବ । ଏବେ ଋଷକୁ ସବୁଠାରୁ ବଡ ଇଲେକ୍ଟ୍ରୋନିକ୍ସ କମ୍ପାନୀରୁ ଆଉ ସାମଗ୍ରୀ ମିଳିବ ନାହିଁ । ଏହାସହ ୟୁକ୍ରେନବାସୀଙ୍କ ପାଇଁ କମ୍ପାନୀ ଅର୍ଥ ସଂଗ୍ରହ କହୁଛି ।

କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ଯେଉଁମାନେ ଯୁଦ୍ଧରେ ପ୍ରଭାବିତ ହୋଇଛନ୍ତି କମ୍ପାନୀ ସେମାନଙ୍କ ସହ ରହିଛି । ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଦେବା କମ୍ପାନୀର ପ୍ରାଥମିକତା । ମାନବତା ସହାୟତା ପାଇଁ କମ୍ପାନୀ ସକ୍ରିୟ ଭାବେ କାମ କରୁଛି । ୟୁକ୍ରେନକୁ ୬ ମିଲିୟନ ଡଲାର ପ୍ରଦାନ କରାଯାଇଥିବା କମ୍ପାନୀ କହିଛି ।   

   Related Posts