ପୁଟିନଙ୍କ ପ୍ରେମିକା ଭାରତ ପାଇଁ କରୁଥିଲେ ଗୁଇନ୍ଦାଗିରି, ନୂଆ ବହିରେ ସ୍ପେଶାଲ ର' ଏଜେଣ୍ଟଙ୍କ ଖୁଲାସା

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ, ୧୮|୦୮: ବିଶ୍ୱର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ଅନ୍ୟତମ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଋଷିଆର ଗୁଇନ୍ଦା ଏଜେନ୍ସି କେଜିବିରେ ସାମିଲ ଥିଲେ । ୮୦ ଦଶକରେ ଭାରତୀୟ ଗୁଇନ୍ଦା ବିଭାଗ ର' ଋଷର କେଜିବିଠାରୁ ଆଗରୁ ବଢି ଯାଇଥିଲା । ଏକ ପୁସ୍ତକ ର', ହିଷ୍ଟ୍ରୀ ଅଫ୍ ଇଣ୍ଡିଆନ୍ କଭର୍ଟ ଅପରେସନରେ ଏହାର ଖୁଲାସା ହୋଇଛି । ଏହାର ଲେଖକ ଯତୀଶ ଯାଦବ ଯିଏ କି ର'ର ଏକ ସିକ୍ରେଟ୍ ମିଶନକୁ ନେଇ ଅନେକ ଗୁମର ଫିଟାଇଛନ୍ତି ।

ବହିରେ ଦାବି କରାଯାଇଛି ଯେ, ୮୦ ଦଶକରେ ର' ଋଷର ଦୁଇଜଣ ନାଗରିକଙ୍କୁ ନିଜର ଏଜେଣ୍ଟ୍ କରିଥିଲା । ଏହି ଦୁଇ ର' ଏଜେଣ୍ଟ ଋଷର ମିଖାଇଲ ଗୋର୍ବାସେବ୍ କ୍ୟାବିନେଟରେ ବୈଦେଶିକ ମନ୍ତ୍ରୀ ଥିବା ଏଡଓ୍ୱାର୍ଡ ଆମ୍ବ୍ରୋସିଏସିଭ୍ ଓ ବର୍ତ୍ତମାନର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିଥିଲେ । ଏହି ଦୁଇ ର' ଏଜେଣ୍ଟଙ୍କୁ ଅଫିସର ଅଶୋକ ଖୁରାନା(ଛଦ୍ମନାମ) ପ୍ରସ୍ତୁତ କରିଥିଲେ । ଏହା ମଧ୍ୟରୁ ଜଣେ ର' ଏଜେଣ୍ଟ ଭ୍ଲାଦିମିର ପୁଟିନଙ୍କ ବାନ୍ଧବୀ ଥିଲେ ।

{"id":316520,"width":614,"height":345,"sizeSlug":"large"}

କିପରି ହେଲା ଆରମ୍ଭ

ଏହାର ଆରମ୍ଭ ୧୯୮୮ରେ ଆରମ୍ଭ ହୋଇଥିଲା । ଋଷର ଜଣେ ବଡ ନେତାଙ୍କ ଭାଇଙ୍କ ସହାୟତାରେ ଏହି ସମ୍ପୂର୍ଣ୍ଣ ଅପରେସନ ହୋଇଥିଲା । ୧୯୮୯ରେ ଆଲେକ୍ସଜାଣ୍ଡ୍ରେ ଓ ଅନାସ୍ତାସିଆ ଉଭୟ ର' ଏଜେଣ୍ଚ ଭାବେ କାମ କରିବାକୁ ପ୍ରସ୍ତୁତ ହୋଇଥିଲେ । ୧୯୯୯୦କେ ବର୍ଲିନ ପ୍ରାଚୀର ଭାଙ୍ଗିବା ପୂର୍ବରୁ ଜର୍ମାନୀ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା । ଏହାପରେ ଅପରେସନ ଆଜାଲେଆ ଆରମ୍ଭ ହୋଇଥିଲା । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ର' ପ୍ରାପ୍ତ କରିଥିଲା । ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ଓ ଚୀନ-ପାକିସ୍ତାନ ପ୍ରତି ଋଷର ଆଭିମୁଖ୍. ବାବଦରେ ଅନେକ ରିପୋର୍ଟ ମିଳିଥିଲା ।

{"id":316521,"width":612,"height":401,"sizeSlug":"large"}

ର' ଏଜେଣ୍ଟ ଆନାସ୍ତାସିଆଙ୍କ ପୁରୁଷ ବନ୍ଧୁ ଥିଲେ ପୁଟିନ୍ । ପୁଟିନ ସେହି ସମୟରେ ଏଫଏସବିର ବଡ ପଦରେ ଥିଲେ । ପୁତିନ ୧୯୯୮ରୁ ୧୯୯୯ ମଧ୍ୟରେ ଏଫଏସବିର ମୁଖ୍ୟ ଥିଲେ । ୧୯୯୯ରେ ସେ ଋଷର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାସହ ୨୦୦୦ରେ ଋଷର ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ । ର' ଅପରେସର ଆଲାଜେଆ ୨୦୦୧ରେ ବନ୍ଦ ହୋଇଥିଲା ।

{"id":316523,"sizeSlug":"large"}

ପୁସ୍ତକ ଅନୁସାରେ, ଆଲେକ୍ସଜାଣ୍ଡ୍ରେ କହିଥିଲେ ଯେ, ସେ ୨୦୦୧ ସଂସଦ ଉପରେ ହୋଇଥିବା ଆକ୍ରମଣକୁ ପ୍ରତିହତ କରିପାରିଥାନ୍ତେ । ଯଦି ସେ ୨୦୦୧ରେ ମଧ୍ୟ ର' ପାଇଁ କାମ କରୁଥାନ୍ତେ ତେବେ ଏହାକୁ ରୋକିଥାନ୍ତେ । କିନ୍ତୁ ସେ ର' ଛାଡି ସାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.