ଭାରତୀୟ ଗଣମାଧ୍ୟମ ଉପରେ ଋଷ ଖପ୍ପା : ପଢାଇଲା ପାଠ ଏବଂ ଦେଲା ପରାମର୍ଶ, କହିଲା...

Published By : Prameya-News7 Bureau | January 10, 2022 IST

ନୂଆଦିଲ୍ଲୀ, ୧୦/୦୧:  ଭାରତୀୟ ଗଣମାଧ୍ୟମ ଉପରେ ଋଷ ଖପ୍ପା । ଭାରତୀୟ ଗଣମାଧ୍ୟମକୁ ନେଇ ବୟାନ ଜାରି କରିଛି ଋଷ ।  କିଛି ଗଣମାଧ୍ୟମ ଋଷ ଓ ୟୁକ୍ରେନକୁ ନେଇ ଭୁଲ ଖବର ପ୍ରକାଶ କରୁଥିବା ଅଭିଯୋଗ କରିଛି ମସ୍କୋ । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଗଣମାଧ୍ୟମକୁ ମସ୍କୋ ଟାର୍ଗେଟ୍ କରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଋଷ ଦୂତାବାସ ପକ୍ଷରୁ ଟ୍ୱିଟର ଯୋଗେ କୁହାଯାଇଛି ଯେ, କିଛି ଗଣମାଧ୍ୟମ ୟୁକ୍ରେନ୍ ସ୍ଥିତି ନେଇ ଭୁଲ ତଥ୍ୟ ଦେଉଛନ୍ତି । ଯାହା ଦୁଃଖିତ କରିଛି । ୟୁକ୍ରେନ ସଙ୍କଟ ବାବଦରେ ବଢାଇ ଚଢାଇ ଖବର ପ୍ରସାରିତ କରୁଛନ୍ତି । ୟୁକ୍ରେନ ଅଧିକାରୀଙ୍କ ଅପମାନଜନକ ବୟାନକୁ ପ୍ରସାର କରୁଛନ୍ତି ।

wp:html /wp:html

ଆହୁରି ମଧ୍ୟ ଋଷ ପକ୍ଷରୁ କୁହାଯାଇଛି, ବିଭିନ୍ନ ପାଶ୍ୱାତ୍ୟ ଦେଶ ଅନେକ ରିପୋର୍ଟ ପ୍ରକାଶ କରିଛି । ଯାହାକୁ ଗଣମାଧ୍ୟମ ଋଷର ଦୃଷ୍ଟିକୋଣକୁ ଭୁଲ ପ୍ରସାରିତ କରୁଛି । ତେବେ ଏହି ପକ୍ଷପାତିତା ରିପୋର୍ଟ ସହ ଭାରତୀୟ ସରକାରଙ୍କ କୌଣସୀ ସମ୍ପର୍କ ନାହିଁ । ଏପରିକି ରିପୋର୍ଟ ପ୍ରତିଷ୍ଠିତ ବିଶେଷଜ୍ଞଙ୍କ ରାୟ ଉପରେ ବି ଆଧାରିତ ହୋଇନାହିଁ । ଏହା ସତ୍ତ୍ୱେ ଋଷ୍ ସବୁ ବିଷୟବସ୍ତୁ ଉପରେ ସ୍ପଷ୍ଟୀକରଣ ରଖିବାକୁ ଚାହୁଁଛି।

ଆହୁରି ମଧ୍ୟ ଦୂତାବାସ କହିଛି ଯେ, ମସ୍କୋ କାହାକୁ ଧମକ ଦିଏ ନାହିଁ । ସବୁଠାରେ ସଂଯମତା ରକ୍ଷା କରେ । ୟୁକ୍ରେନ ସହ ଲଢିବା ନେଇ କୌଣସି ଯୋଜନା ନାହିଁ । ସେମାନେ ସାମରିକ ସମାଧାନ ନୁହେଁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ଚାହୁଁଛନ୍ତି । ଏନେଇ ବାରମ୍ବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ବୈଦେଶିକ ମନ୍ତ୍ରୀ ସଗାଇ ଲାବରୋବ କହି ସାରିଛନ୍ତି ।

ଦୂତାବାସ ଜାରି କରିଥିବା ବୟାନରେ ପରୋକ୍ଷ ଭାବେ ୟୁକ୍ରେନକୁ ମଧ୍ୟ ଟାର୍ଗେଟ୍ କରିଛି । ୟୁକ୍ରେନ ସରକାର ଭାରତୀୟ ଦର୍ଶକଙ୍କୁ ବୁଝାଇବା ପରିବର୍ତ୍ତେ ଋଷ ଉପରେ କେବଳ ଦୋଷାରୋପ କରୁଛି । ୟୁକ୍ରେନ ନିଜର ବୈଦେଶିକ ନୀତିରେ ବିଫଳ ହେଉଛି । ତେଣୁ କେବଳ ଦୋଷ ଘୋଡାଇବାକୁ ଚେଷ୍ଟା କରୁଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.