ସୁପର ପାଓ୍ୱାର ହେବାକୁ ଗୋଟି ଚଳାଉଛନ୍ତି ପୁଟିନ୍, ସୁଦାନରେ ୨୫ ବର୍ଷ ପାଇଁ ନୌସେନା ଘାଟି ପ୍ରତିଷ୍ଠା କରିବ ଋଷ

Published By : Prameya-News7 Bureau | December 09, 2020 IST

ମସ୍କୋ, ୦୯।୧୨:  ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ବିସ୍ତାର କରିବା ପାଇଁ ଅଣ୍ଟା ଭିଢିଛି ଋଷ । ଆଫ୍ରିକୀୟ ଦେଶ ସୁଦାନରେ ଋଷ ନୈସେନା ଘାଟି ପ୍ରତିଷ୍ଠା କରିବା ପାଇଁ ଚୁକ୍ତି କରିଛି । ଏଠାରେ ସେ ଆସନ୍ତା ୨୫ ବର୍ଷ ପାଇଁ ଘାଟି ପ୍ରତିଷ୍ଠା କରିବ ।

ମସ୍କୋର ସରକାରୀ ଓ୍ୱେବ ପୋର୍ଟାଲରେ ଏନେଇ ଋଷ ତଥ୍ୟ ରଖିଛି । ସୁଦାନରେ ନୌସେନା ଘାଟି ପ୍ରତିଷ୍ଠା ବଦଳରେ ଅସ୍ତ୍ରଶସ୍ତ୍ର ସହ ଅନ୍ୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଇବ ଋଷ । ସୁଦାନର ରେଡ୍ ସିରେ ଋଷ୍ ନିଜର ଆଣବିକ ଶକ୍ତିସମ୍ପନ୍ନ ବନ୍ଦ ପ୍ରତିଷ୍ଠା କରିବ । ବଡ ବଡ ଯୁଦ୍ଧ ଜାହଜ ମୁତୟନ କରିବ । ଏହି ଚୁକ୍ତି ୨୫ ବର୍ଷ ପାଇଁ ହୋଇଛି । ଯଦି କୌଣସି ବିବାଦ ନହୁଏ ତେବେ ଚୁକ୍ତିର ସମୟସୀମା ଆପେଆପେ ଆହୁରି ୧୦ ବର୍ଷ ବୃଦ୍ଧି ପାଇଯିବ ।

ଏହି ଅଞ୍ଚଳରେ ଋଷ ସେନା ଶାନ୍ତି ପ୍ରତିଷ୍ଠା ପାଇଁ ଘାଟି ନିର୍ମାଣ କରିବ ।  ଅନ୍ୟ ଦେଶର ଦବଦବା ଉପରେ ନଜର ରଖିବ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରୟାସରେ ନୌସେନା ନିକଟରେ ଭୂମଧ୍ୟସାଗରୀୟ ଅଞ୍ଚଳରେ ଯୁଦ୍ଧ ଜାହାଜ ମୁତୟନ କରିଛି । ପୂର୍ବରୁ ସିରିୟା ସହ ଅନ୍ୟ ଅଞ୍ଚଳରେ ଋଷ ନୌସେନାର ପ୍ରତିରକ୍ଷା ଘାଟି ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.