ପିଏମ ମୋଦୀଙ୍କୁ ନେଇ ବିବିସିର ବିବାଦୀୟ ରିପୋର୍ଟିଂ, ପାକିସ୍ତାନୀ ବଂଶୋଦ୍ଭବ ସାଂସଦଙ୍କୁ କଡ଼ା ଜବାବ୍ ଦେଲେ ଋଷି ସୁନକ

Published By : Prameya-News7 Bureau | January 19, 2023 IST

ନୂଆଦିଲ୍ଳୀ, ୧୯/୦୧: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିବିସିର ଡକ୍ୟୁମେଣ୍ଟ୍ରିକୁ ନେଇ ବଢ଼ିଛି ବିବାଦ। ୨୦୦୨ର ଗୁଜୁରାଟ ଦଙ୍ଗା ଉପରେ ବିବିସି କରିଥିବା ଏହି ଡକ୍ୟୁମେଣ୍ଟକୁ ନେଇ ବିବାଦ। ଏହି ଡକ୍ୟୁମେଣ୍ଟ୍ରିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ମୋଦୀଙ୍କ ଭୂମିକାକୁ ନେଇ ଉଠିଥିବା ପ୍ରଶ୍ନ ବିବିସିକୁ ଏବେ ଅଡ଼ୁଆରେ ପକାଇଛି। ଏମିତିକି ଗୁଜରାଟ ଦଙ୍ଗାକୁ ନେଇ ବିବିସିର ଡକ୍ୟୁମେଣ୍ଟ୍ରି ପ୍ରସଙ୍ଗ ବ୍ରିଟିଶ ସଂସଦ​ରେ ମଧ୍ୟ ଉଠିଛି। ଅବଶ୍ୟ ନିଜେ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ପିଏମ ମୋଦୀଙ୍କ ସମର୍ଥନରେ ରହିଥିଲେ। ସୁନକ ଏହି ଡକ୍ୟୁମେଣ୍ଟ୍ରି ଉପରେ ଅସହମତି ପ୍ରକାଶ କରିଛନ୍ତି।

ବ୍ରିଟେନର ସଂସଦରେ ପାକିସ୍ତାନୀ ବଂଶୋଦ୍ଭବ ସାଂସଦ ଇମ୍ରାନ ହୁସୈନ ମୋଦୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇବା ସହ ଦାୟୀ ବୋଲି କହିଥିଲେ। ଅବଶ୍ୟ ପ୍ରଧାନମନ୍ତ୍ରୀ ଏହାକୁ ଅଗ୍ରାହ୍ୟ କରିବା ସହ ବ୍ରିଟିଶ ସଂସଦରେ ମୋଦୀଙ୍କ ପକ୍ଷରେ କହିବା ସହ, ସୁନକ ନିଜକୁ ବିବିସି ଡକ୍ୟୁମେଣ୍ଟ୍ରି ଠାରୁ ନିଜ ଅଲଗା ରଖିଛନ୍ତି। ସୁନକ କହିଛନ୍ତି ଡକ୍ୟୁମେଣ୍ଟ୍ରିରେ ଯେଉଁଭଳି ଭାବରେ ତାଙ୍କର ଭାରତୀୟ ସମକକ୍ଷଙ୍କୁ ଦର୍ଶାଯାଇଛି ସେଥିରେ ସେ ସହମତ ନୁହଁନ୍ତି। ସୁନକ ଆହୁରି କହିଥିଲେ, ଏହି ପ୍ରସଙ୍ଗରେ ସରକାରଙ୍କ ସ୍ଥିତି ସ୍ପଷ୍ଟ। ଆମେ କେବେବି ଉତ୍ପୀଡ଼ନକୁ ବରଦାସ୍ତ କରୁନାହିଁ, ସେ କେଉଁଠିବି ହେଉନା କାହିଁକି। କିନ୍ତୁ ମାନନୀୟ ସଜ୍ଜନ(ପିଏମ ମୋଦୀଙ୍କ) ଯେଉଁ ଚରିତ୍ର ଚିତ୍ରଣ କରାଯାଇଛି, ମୁଁ ସେଥିରେ ସହମତ ନୁହେଁ।

ସୂଚନାଯୋଗ୍ୟ, ବିବିସି ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ଉପରେ ଟାର୍ଗେଟ କରି ଦୁଇ ପାର୍ଟର ସିରିଜ୍‌ ପ୍ରସାରିତ କରିଛି। ଡକ୍ୟୁମେଣ୍ଟ୍ରି ରିଲିଜ୍‌ ହେବାରେ ଏହାର ବିବାଦ ଆରମ୍ଭ ହୋଇଥିଲା। ଯାହାପରେ ବିବିସି ଏହାକୁ ନିର୍ଦ୍ଧିଷ୍ଟ ପ୍ଲାଟଫର୍ମରୁ ହଟାଇଥିଲା।

ସେପଟେ ଏହି ଡକ୍ୟୁମେଣ୍ଟ୍ରି ଅପପ୍ରଚାରର ଏକ ଅଂଶ ବୋଲି କହିଛି ଭାରତ। ବିଦେଶ ମନ୍ତ୍ରାଳୟ କହିଛି ଯେ ପକ୍ଷପାତିତା, ତଥ୍ୟରେ ଅଭାବ, ଉପନିବେଶବାଦ ମାନସିକତା ଏଥିରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି। ଏହି ଘଟଣାର ଉଦ୍ଦେଶ୍ୟ ଏବଂ ଏହା ପଛରେ ଥିବା ଏଜେଣ୍ଡା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.