ଭାରତୀୟ ଦଳରୁ ୬ ମାସ୍ ବାଦ୍ ପଡିଲେ ଋଷଭ ପନ୍ତ, ବିଶ୍ଵ କପ୍ ଖେଳିବା ସମ୍ଭାବନା କମ୍ !
14/01/2023 at 9:40 PM

ନୂଆଦିଲ୍ଲୀ: ୨୦୨୩ରେ ଅଧିକାଂଶ ସମୟ କ୍ରିକେଟ୍ରୁ ଦୂରେଇ ରହି ପାରନ୍ତି ଭାରତୀୟ କ୍ରିକେଟ୍ ଦଳର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ। ଏପରିକି ତାଙ୍କୁ ଆଗାମୀ ୬ ମାସ ପଡିଆରେ ଦେଖିବାକୁ ମିଳିନପାରେ। ପୂର୍ବରୁ ସେ ଆଇପିଏଲ୍ ସହିତ ଅନେକ ବଡ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ସାରିଛନ୍ତି। ଡିସେମ୍ବର ୩୦ରେ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ।
ଇଏସପିଏନକ୍ରିକଇନମ୍ଫୋର ରିପୋର୍ଟ ଅନୁଯାୟୀ, ଓ୍ଵିକେଟ୍ କିପର ବ୍ୟାଟସମ୍ୟାନଙ୍କ ଆଣ୍ଠୁର ତିନି ପ୍ରମୁଖ ଲିଗାମେଣ୍ଟରେ ଆଘାତ ଲାଗିଛି। ଏଥିରୁ ଦୁଇଟିର ସର୍ଜରୀ ହୋଇ ସାରିଥିବା ବେଳେ ତୃତୀୟ ସର୍ଜରୀ ୬ ସପ୍ତାହ ପରେ ହେବ। ଏହାକୁ ଦୃଷ୍ଟିରେ ରଖି ପନ୍ତ ଆଗାମୀ ଛଅ ମାସ କ୍ରିକେଟ୍ ନ ଖେଳିବାର ସମ୍ଭାବନା ନାହିଁ।
ଫଳରେ ଋଷଭ ପନ୍ତ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଆଇସିସି କ୍ରିକେଟ୍ ବିଶ୍ଵ କପ୍ରୁ ଦୂରେଇ ରହିବେ। କାରଣ ସେତେବେଳକୁ ସେ ପଡିଆକୁ ପ୍ରତ୍ୟାବର୍ତ୍ତନ କଲେ ବି ବହୁତ ବିଳମ୍ବ ହୋଇ ସାରିଥିବ। ସଂପ୍ରତି ମୁମ୍ବାଇର ଧିରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ପନ୍ତଙ୍କ ଚିକିତ୍ସା ଜାରି ରହିଛି।
ପନ୍ତ କେବେ ପ୍ରଶିକ୍ଷଣ ଆରମ୍ଭ କରିବେ ଡାକ୍ତରଙ୍କ ଦ୍ଵାରା ଏ ପର୍ଯ୍ୟନ୍ତ କୌଣସି ନିଶ୍ଚିତ ସମୟସୀମା ଦିଆଯାଇ ନାହିଁ। ମାତ୍ର ବିସିସିଆଇ ଏବଂ ଚୟନ କମିଟି ଏହି ନିଷ୍କର୍ସରେ ପହଞ୍ଚିଛନ୍ତି ଯେ, ପନ୍ତ ଅନ୍ତତଃ ଛଅ ମାସ ପାଇଁ ପଡିଆରୁ ବାହାରେ ରହିବେ।