oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଇଜ୍ୟମୁରେ ଋଷର ମୃତ୍ୟୁ ତାଣ୍ଡବ: ଠାବ ହେଲା ୪୫୦ କବର, ଚିନ୍ତାପ୍ରକଟ କଲା ଜାତିସଂଘ

17/09/2022 at 9:14 AM

କିଏଭ୍‌ ୧୭/୦୯: ୟୁକ୍ରେନ୍‌ର ଖାର୍‌କିଭ୍‌ସ୍ଥିତ ଇଜ୍ୟୁମ୍‌ ସହର ଛାଡ଼ିବା ପୂର୍ବରୁ ରୁଷ୍‌ର ପୁଟିନ୍‌ ସେନା ରଚିଛି ମୃତ୍ୟୁ ତାଣ୍ଡବ । ଘରୋଇ ସେନାର ପରାକ୍ରମ ଆଗରେ ହାର୍‌ ମାନି ସେମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରିଛନ୍ତି । ବୁଚା ଓ ମାରିଉପଲ୍‌ ଭଳି ଏବେ ଇଜ୍ୟୁମ୍‌ରେ ଚିହ୍ନଟ ହୋଇଛି ଗଣକବର ।

ୟୁକ୍ରେନ୍‌ର ଅଧିକାରୀମାନେ ଇଜ୍ୟୁମ୍‌ଠାରେ ପ୍ରାୟ ୪୫୦ କବର ଠାବ କରିଛନ୍ତି । ଏଗୁଡ଼ିକୁ ଖୋଳି ଅନେକ ମୃତଦେହ ବାହାର କରାଯାଇଛି । ୧୭ଟି ମୃତଦେହ ଘରୋଇ ସୈନ୍ୟଙ୍କର । କିଛି କବରରୁ ସଦ୍ୟ ହତ୍ୟାର ଶିକାର ହୋଇଥିବା ଲୋକଙ୍କ ଶବ ବାହାରୁଛି । ୟୁକ୍ରେନ୍‌ର ଜେଲେନସ୍କି ସରକାର ଯାହା ଆଶଙ୍କା କରୁଥିଲେ, ତାହା ହିଁ ହୋଇଛି । କେବଳ ଗୋଟିଏ ଅଞ୍ଚଳରେ ଏହି କବରଗୁଡ଼ିକୁ ଚିହ୍ନଟ କରାଯାଇଛି ।

ଏହା ଜାଣିବା ପରେ ଜାତିସଂଘ ମାନବାଧିକାର ସଂସ୍ଥା ପକ୍ଷରୁ ଗଭୀର ଚିନ୍ତାବ୍ୟକ୍ତ କରାଯାଇଛି । ସ୍ଥିତି ତଦାରଖ ପାଇଁ ଏହା ନିଜର ଏକ ଟିମ୍‌ ଇଜ୍ୟୁମ୍‌ ସହର ପଠାଇବ ବୋଲି କହିଛି । ରୁଷ୍‌ ସେନା କିଛିଦିନ ତଳେ ଇଜ୍ୟୁମ୍‌ ସହରରୁ ପଳାୟନ କରିଥିଲେ । ଏହାପରେ ଘରୋଇ ସେନା ଇଜ୍ୟୁମ୍‌କୁ ନିଜ ନିୟନ୍ତ୍ରଣକୁ ଆଣିଥିଲେ । ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନସ୍କି ଉକ୍ତ ସହରକୁ ଯାଇ ପତାକା ଉଡ଼ାଇଥିଲେ । ରୁଷ ସେନା କୌଣସିମତେ ୟୁକ୍ରେନ୍‌ ଉପରେ ବିଜୟ ହାସଲ କରିପାରିବ ନାହିଁ ବୋଲି ସେ କହିଥିଲେ । ତେବେ ଇଜ୍ୟୁମ୍‌ରେ ରୁଷ୍‌ ନିଶ୍ଚିତ ଗଣହତ୍ୟା କରିଥାଇପାରେ ବୋଲି ଆଶଙ୍କା କରାଯାଇଥିଲା ।

   Related Posts