ସମ୍ପର୍କ? ପିଇଓ ସ୍ମିତାରାଣୀ ବିଶ୍ୱାଳ ସନ୍ଦେହଜନକ ମୃତ୍ୟୁର ଫିଟୁଛି ଗୁମର-ଜେଲ୍‌ ଗଲେ ସରପଞ୍ଚଙ୍କ ସ୍ୱାମୀ ରୁପେଶ

Published By : Prameya-News7 Bureau | October 19, 2019 IST

ଯାଜପୁର - ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ କାହିଁକି ଆତ୍ମହତ୍ୟା କଲେ ଏହାର କାରଣ ପୁଲିସ୍‌ ଖୋଜୁଛି । ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ତଥା ବିଜେଡି ନେତା ରୂପେଶ ଭଦ୍ରଙ୍କ ସମେତ କେତେକ ଡାଗରା ନେତାଙ୍କୁ ପୁଲିସ୍‌ ଗିରଫ କରିଥିଲା । ଜାମିନ ନାମଞ୍ଜୁର ହେବା ପରେ ରୁପେଶ ଜେଲ୍‌ ଯାଇଛନ୍ତି । ଏହି ସନ୍ଦେହଜନକ ମୃତ୍ୟୁକୁ କେତଜଣ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିବା ବେଳେ ପୁଲିସ ଏହାର ତଦନ୍ତ କରୁଛି ।

ଅପମୃତ୍ୟୁ ଘଟଣାରେ ପାରିପାଶ୍ୱର୍ିକ ଘଟଣାବଳୀ, ଘଟଣାସ୍ଥଳ, ସ୍ମିତାଙ୍କ ପ୍ରାଶାସନିକ କାର୍ଯ୍ୟଧାରାକୁ ପୁଲିସ୍‌ ପ୍ରାଥମିକ ତଦନ୍ତରେ ଯୋଡ଼ିଛି । ସ୍ମିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଏ ଯାବତ୍‌ ପୁଲିସ୍‌ ହାତକୁ ଆସି ନଥିବା ବେଳେ, ଆତ୍ମହତ୍ୟା ଘଟଣାକୁ ପୁଲିସ୍‌ ହତ୍ୟା ଘଟଣା ବୋଲି ଦାବି କରିପାରୁନାହିଁ । ମାତ୍ର ତଦନ୍ତ ବେଳେ ବହୁ ଗୁଢ଼ତଥ୍ୟ ପୁଲିସ୍‌ ହାତରେ ରହିଛି ଓ ତଦନ୍ତ ଗୁମର ଫିଟାଇବାକୁ ସମର୍ଥ ହେବ ବୋଲି ପୁଲିସ୍‌ ଉଚ୍ଚ କର୍ତ୍ତୃପକ୍ଷ ମନ୍ତବ୍ୟ ଦେଉଛନ୍ତି । ସ୍ମିତା ମୃତ୍ୟୁ ରହସ୍ୟକୁ ଖୁବ୍‌ଶୀଘ୍ର ଉନ୍ମୋଚନ କରାଯିବ ବୋଲି ଏସ୍‌ପି ଚରଣ ସିଂ ମୀନା ‘ପ୍ରମେୟ’କୁ କହିଛନ୍ତି । ସ୍ମିତାଙ୍କ ରହସ୍ୟମୟ ଅପମୃତ୍ୟୁ ପଛରେ ରୂପେଶ-ସ୍ମିତାଙ୍କ ମଧ୍ୟରେ ରହିଥିବା ମଧୁୁର ସମ୍ପର୍କ ହିଁ ପ୍ରମୁଖ କାରଣ ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି ।
ସ୍ମିତା ଘଟଣାଦିନ ଭତ୍ତା ବାଣ୍ଟିବା ପରେ ନିଜ ଘରକୁ ନ ଯାଇ ସରପଞ୍ଚ ସ୍ୱାମୀ ରୂପେଶ ଭଦ୍ରଙ୍କ ଅତିଥି ଭବନକୁ ଆସିଥିଲେ। ରୂପେଶଙ୍କ ପରିବାର ଓ ପିଇଓଙ୍କ ପରିବାର କିଛି ଦିନ ତଳେ ରାଜ୍ୟ ବାହାରକୁ ଭ୍ରମଣରେ ଯାଇଥିବା ପୁଲିସ୍‌ ନିକଟରେ ସୂଚନା ରହିଛି । ଧର୍ମଶାଳାର ଗଳିକନ୍ଦି ଜାଣିଛି ସ୍ମିତା ଓ ରୂପେଶଙ୍କ ମଧ୍ୟରେ ବେଶ୍‌ ମଧୁର ସମ୍ପର୍କ ଥିଲା । ଏହି ମଧୁର ସମ୍ପର୍କ ସହ ସ୍ମିତାର ମୃତ୍ୟୁ ଘଟଣା ନିଶ୍ଚିତ ଛନ୍ଦି ହୋଇ ରହିଛି ବୋଲି ତଦନ୍ତ ବେଳେ ଆପାତତଃ ପ୍ରମାଣ ମିଳିଛି ।
ତଦନ୍ତ ବେଳେ ଏହା ଜଣାପଡ଼ିଛି ଯେ ସ୍ମିତା ଓ ରୂପେଶଙ୍କ ମଧ୍ୟରେ ବିଳମ୍ବିତ ରାତିରେ ନିୟମିତ ଟେଲିଫୋନ୍‌ରେ ବାର୍ତ୍ତାଳାପ ହୁଏ । ପୁଲିସ୍‌ ସ୍ମିତା ଓ ରୂପେଶଙ୍କ ମଧ୍ୟରେ ଟେଲିଫୋନ୍‌ କଲ ରେକର୍ଡକୁ ଖୋଜିବାକୁ ଉଦ୍ୟମ କରୁଛି । ଉଭୟଙ୍କ ଟେଲିଫୋନ୍‌ ନମ୍ବରକୁ ଆଧାର କରି ସିଡିଆର ରିପୋର୍ଟ ସଂଗ୍ରହ କରିବା ସହ, ସ୍ମିତା-ରୂପେଶଙ୍କ ମଧୁର ସମ୍ପର୍କ କାହିଁକି ତୁଟିଗଲା ତାହା ହିଁ ପୁଲିସ୍‌ ପାଇଁ ତଦନ୍ତର ବିନ୍ଦୁ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.