Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଜାରି, ଜାଣନ୍ତୁ କ’ଣ କାରଣ?

18/11/2022 at 8:12 PM

ମୁମ୍ବାଇ ୧୮।୧୧: ଘରୋଇ ସେୟାର ବଜାର କମଜୋର ରହିବା ଓ ଅଶୋଧିତ ତୈଳ ଦର ବୃଦ୍ଧି ହେବା ଯୋଗୁ ଅନ୍ତରବ୍ୟାଙ୍କ ବୈଦେଶିକ ମୁଦ୍ରା ବିନିମୟ ବଜାର ଶୁକ୍ରବାର ଆମେରିକା ଡଲାର ତୁଳନାରେ ଟଙ୍କା ୬ ପଇସା ଖସିଛି। ଫଳରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୧ଟଙ୍କା ୭୦ ପଇସା (ଅସ୍ଥାୟୀ ଦର) ହୋଇଛି। ତେବେ ବିଦେଶ ବଜାରରେ ଡଲାର ଦୁର୍ବଳ ହେବା ଯୋଗୁ ତଥା ତାଜା ବିଦେଶୀ ନିବେଶ ବୃଦ୍ଧି ଯୋଗୁ କ୍ଷତି ସୀମିତ ରହିଛି।

କାରବାର କାଳରେ ଟଙ୍କା ଉଚ୍ଚତମ ସ୍ତର ୮୧ ଟଙ୍କା ୫୨ ପଇସାକୁ ବୃଦ୍ଧି ହୋଇଥିବା ବେଳେ କାରବାର ଶେଷ ବଳକୁ ୮୧ଟଙ୍କା ୭୮ ପଇସାର ନିମ୍ନତମ ସ୍ତରକୁ ପହଞ୍ଚିଥିଲା। ଫଳରେ କାରବାର ବନ୍ଦ ବେଳକୁ ଟଙ୍କା ମୂଲ୍ୟରେ ୬ ପଇସା ହ୍ରାସ ସହ ୮୧ଟଙ୍କା ୭୦ ପଇସାରେ ବନ୍ଦ ହୋଇଛି। ତେବେ ସକାଳେ ମୁଦ୍ରା ବିନିମୟ ବଜାର ଖୋଲିବା କାଳରେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୮୧ଟଙ୍କା ୫୯ ପଇସାରେ ଖୋଲିଥିଲା।

ଗୁରୁବାର ଟଙ୍କା ପ୍ରତି ଡଲାର ୮୧ଟଙ୍କା ୬୪ ପଇସାରେ ବନ୍ଦ ହୋଇଥିଲା। ଏଥିରେ ୬ ମୁଖ୍ୟ ମୁଦ୍ରାଙ୍କ ତୁଳନାରେ ଡଲାରର ଦୁର୍ବଳତା ଓ ସବଳତା ଦେଖାଉଥିବା ଡଲାର ଇଣ୍ଡେକ୍ସ ୦.୨୮ ପ୍ରତିଶତ ହ୍ରାସ ହୋଇ ୧୦୬.୩୯ରେ ରହିଯାଇଛି। ସେପଟେ ବୈଶ୍ୱିକ ତୈଳ ମାନକ ବ୍ରେଣ୍ଟ କ୍ରୁଡ ୦.୩୬ ପ୍ରତିଶତ ବଢି ବ୍ୟାରଲ ପିଛା ଦର ୯୦.୧୦ ଡଲାରକୁ ପହଞ୍ଚିଛି। ଏଥିରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୮୭.୧୨ପଏଣ୍ଟ ହ୍ରାସ ସହ ୬୧,୬୬୩.୪୮ ଅଙ୍କରେ ବନ୍ଦ ହୋଇଛି। ଏଥିରେ ସେୟାର ବଜାର ତଥ୍ୟ ଅନୁସାରେ ଗୁରୁବାର ବିଦେଶୀ ସଂସ୍ଥାଗତ ନିବେଶକ ୬୧୮.୩୭କୋଟି ଟଙ୍କାର ଶେୟାର କ୍ରୟ କରିଛନ୍ତି।

   Related Posts