$ ମୁକାବିଲାରେ ₹ ଆହୁରି ମଜଭୁତ, ସୁନା ବଜାର ଫିକା, ରୂପାର ହଜିଲା ଚମକ୍

Published By : Prameya-News7 Bureau | January 15, 2020 IST

ନୂଆଦିଲ୍ଲୀ ୧୫।୧:  ମଙ୍ଗଳବାର ଘରୋଇ ସେୟାର ବଜାର ହ୍ରାସରୁ ଆରମ୍ଭ ହୋଇଥିଲା। ତେବେ କାରବାର ଶେଷ ବେଳକୁ ସେନସେକ୍ସ ଓ ନିଫ୍ଟି ରେକର୍ଡ ସ୍ତରରେ ପହଞ୍ଚିଥିଲେ। ସେପଟେ ଡଲାର ତୁଳନାରେ ଟଙ୍କା ଆହୁରି ମଜଭୁତ ହେବା ଯୋଗୁ ଜମି ଆସୁଥିବା ସୁନାରୂପା ବଜାର ଚମକ୍ ହରାଇଛି। ପ୍ରତି ୧୦ ଗ୍ରାମ ସୁନା ଷ୍ଟାଣ୍ଡାର୍ଡ ଦରରେ ଆହୁରି ୨୫୦ ଟଙ୍କା ହ୍ରାସ ହୋଇଥିବା ବେଳେ  ୪୦ ହଜାର ୨୮୦ ଟଙ୍କା ଦରରେ ଏବେ କିଣାବିକା ହେଉଛି।

{"id":211647,"width":580,"height":325,"sizeSlug":"large"}

ଜାନୁୟାରୀ ୨ ତାରିଖ ପରେ ସ୍ୱର୍ଣ୍ଣଳଙ୍କାର ବଜାରରେ ସୁନାର ଏହା ଦ୍ୱିତୀୟ ସର୍ବନିମ୍ନ ସ୍ତର ବୋଲି ଏବେ ଆକଳନ କରାଯାଉଛି। ସେହିପରି ସୁନା ବିଟୁର ପ୍ରତି ୧୦ ଗ୍ରାମ ୪୦ ହଜାର ୬୫୦ ଦରରେ ବିକ୍ରିହେଉଥିବା ବେଳେ ୮ ଗ୍ରାମ ଗିନି ୩୦ ହଜାର ୮୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି। ସେପଟେ ରୂପା ମୂଲ୍ୟ ଥରକେ ୫୦୦ ଟଙ୍କା ହ୍ରାସ ହୋଇଛି। ଫଳରେ ପ୍ରତି କେଜି ରୂପା ଦର ୪୭ ହଜାର ୨୦୦ ଟଙ୍କାରେ ପହଞ୍ଚିଛି।

{"id":211648,"sizeSlug":"large"}

ଲଗାତର ୨ ଦିନ ହେଲା ଡଲାର ତୁଳନାରେ ଟଙ୍କା ମଜଭୁତ ହେବାରେ ଲାଗିଛି। ମଙ୍ଗଳବାର କାରବାର ଆରମ୍ଭରେ ୮ ପଇସା ବୃଦ୍ଧି ସହ କାରବାର ହୋଇଥିବା ବେଳେ ବନ୍ଦ ବେଳକୁ ଏହି ହାର ୧୫ ପଇସାରେ ପହଞ୍ଚିଛି। ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ବଜାରକୁ ଏବେ ବେଶ ସୁହାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.