ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ: ୨୭ ପଇସା ହ୍ରାସ ପାଇ ୭୮.୪୦ ହେଲା

Published By : Prameya-News7 Bureau | June 22, 2022 IST

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ସୁଧାରିବାରେ ମୋଦୀ ସରକାରଙ୍କର ପ୍ରୟାଶ ଫେଲ୍‌ ମାରୁଛି। ବାରମ୍ବାର ଭାରତୀୟ ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି।  ଫଳରେ ମୁଦ୍ରାସ୍ଫୀତି ବଢ଼ିବାରେ ଆଶଙ୍କା ଦେଖାଦେଇଛି। ବୁଧବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ୨୭ ପଇସା ହ୍ରାସ ପାଇଛି।

ଫଳରେ ଏକ ଡଲାର ଭାରତୀୟ ମୂଲ୍ୟ ୭୮.୪୦ ଟଙ୍କା ହୋଇଛି। ଆଜି କାରାବାର ୭୮.୧୩ ଆରମ୍ଭ ହୋଇ ୭୮.୪୦ରେ ବନ୍ଦ ହୋଇଥିଲା। ଆର୍ଥିକ ବଜାରରେ ଲଗାତର ବିଦେଶୀ ମୁଦ୍ରାର ଖର୍ଚ୍ଚ ଓ ଅଶୌଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁ ଡଲାର ତୁଳନାରେ ଟଙ୍କରା ମୂଲ୍ୟ ହ୍ରାସ ପାଇଛି।

ମେହେତା ଇକ୍ୱିଟିଜ୍‌ର ଉପାଧ୍ୟକ୍ଷ(କମୋଡିଟିଜ୍) ରାହୁଲ କଲନ୍ତ୍ରୀ କହିଛନ୍ତି ଯେ ଆମେରିକା ଫେଡେରାଲ ରିଜର୍ଭର ଆକ୍ରମଣାତ୍ମକ ଭାବରେ ସୁଧ ବୃଦ୍ଧି କରିବା ଓ FII (ବିଦେଶୀ ସଂସ୍ଥାଗତ ନିବେଶ)ର ବିକ୍ରି ରୁପିସ ଉପରେ ଚାପ ସୃଷ୍ଟି କରିଛି। ବ୍ୟାପାର ଘାଟା ଓ ଅଶୌଧିତ ତୈଳ ଦର ବୃଦ୍ଧି ବି ରୁପୟା ମୂଲ୍ୟ ବୃଦ୍ଧିରେ ବାଧକ ସାଜିଛି। ଚଳିତ ସପ୍ତାହରେ ବି ରୁପାୟର ମୂଲ୍ୟ ଅସ୍ଥିର ରହିବ ବୋଲି ଶ୍ରୀ ମେହତା କହିଛନ୍ତି।

କେମିତି ନିର୍ଦ୍ଧାରିତ ହୁଏ ଟଙ୍କାର ମୂଲ୍ୟ ?

ମୁଦ୍ରା ମୂଲ୍ୟରେ ବୃଦ୍ଧି ଓ ହ୍ରାସ ପାଇଁ ଏକାଧିକ କାରଣ ରହିଛି। ପ୍ରତ୍ୟେକ ଦେଶ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାର ରହିଥାଏ। ଯାହାଦ୍ୱାରା ସେ ଅନ୍ତର୍ଜାତୀୟ ନେଣଦେଣ କରେ। ଆଉ ଏହି ବିଦେଶୀ ମୁଦ୍ରା ଭଣ୍ଡାର କମ୍ ବେଶି ହେଲେ ସେହି ଦେଶର ଟଙ୍କା ମୂଲ୍ୟ ନିର୍ଦ୍ଧାରିତ କରିଥାଏ। ଯଦି ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ଡଲାର ଆମେରିକା ଟଙ୍କା ଭଣ୍ଡା ସହ ସମାନ ଥିବ ତେବେ ରୁପୟାର ମୂଲ୍ୟ ସ୍ଥିର ରହିବ। ଯଦି ଆମ ଭଣ୍ଡାରରୁ ଡଲାର କମିଲା ତେବେ ରୁପୟାର ମୂଲ୍ୟ କମିବ।

ଭାରତୀୟ ମୁଦ୍ରାର ମୂଲ୍ୟ କମିଲେ ଆଶୋଧିତ ତୈଳ କିଣିବା ମହଙ୍ଗା ହେବ। ଆଉ ତେଲ ମହଙ୍ଗା ହେଲେ ସେଇ ଅନୁସାରେ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢ଼ିବ। ସେହିପରି ବିଦେଶ ଭ୍ରମଣ, ବିଦେଶରେ ପାଠପଢ଼ା ଆଦି ମହଙ୍ଗା ହେବ। ଫଳରେ ପୁଣି ମହାଙ୍ଗା ମାଡ଼ ସହିବେ ଜନତା। ତେବେ ରପ୍ତାନୀକାରୀଙ୍କର ଲାଭ ହେବ। ସେମାନେ ରପ୍ତାନୀ କରି ଡଲାର ଆୟ କରିବେ।

ମୁଦ୍ରା ମୂଲ୍ୟକୁ କାହିଁକି ଡଲାର ମୂଲ୍ୟରେ ମପାଯାଏ ?

ଫରେନ୍ ଏକ୍ସଚେଞ୍ଜ ବଜାରରେ ଅଧିକାଂଶ ମୁଦ୍ରାର ତୁଳନା ଡଲାର ସହ ହୋଇଥାଏ। ଏହା ପଛରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ହୋଇଥିବା ବ୍ରିଟେନ୍ ଉଡ୍ସ ଏଗ୍ରୀମେଣ୍ଟ ମୁଖ୍ୟ କାରଣ। ଏଥିରେ ଏକ ନ୍ୟୁଟ୍ରାଲ ଗ୍ଲୋବାଲ କରେନ୍ସି କରିବାକୁ ପ୍ରସ୍ତାବ ରଖାଯାଇଥିଲା। ସେତେବେଳେ ଆମେରିକା ହିଁ ଗୋଟିଏ ଦେଶ ଥିଲା ଯାହାର ଆର୍ଥିକ ସ୍ଥିତି ମଜଭୁତ ଥିଲା। ତେଣୁ ଆମେରିକୀୟ କରେନ୍ସିକୁ ବିଶ୍ୱର ରିଜର୍ଭ କରେନ୍ସି ହିସାବରେ ବଛାଗଲା।

ମୁଦ୍ରା ମୂଲ୍ୟ କମିଲେ କଣ କରିବା ଆବଶ୍ୟକ ?

ମୁଦ୍ରାର ଦୁର୍ବଳ ସ୍ଥିତିକୁ ସମ୍ଭାଳିବାକୁ ଦେଶର ମୁଖ୍ୟ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଭାରତରେ RBI ଏହି ଭୂମିକା ନିର୍ବାହ କରିଥାଏ। RBI ବିଦେଶୀ ମୁଦ୍ରା ଭଣ୍ଡାରରୁ ଓ ବିଦେଶରୁ ଡଲାର କିଣି ବଜାରରେ ଚାହିଦା ମେଣ୍ଟାଇବାକୁ ଚେଷ୍ଟା କରିଥାଏ। ଫଳରେ ଏଥିରୁ ଡଲାର ତୁଳନାରେ ମୁଦ୍ରା ମୂଲ୍ୟ ସ୍ଥିର ରଖିବାକୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.