ଆହୁରି ଦୁର୍ବଳ ହେଲା ଟଙ୍କା, ଡଲାର ତୁଳନାରେ ପ୍ରଥମ ଥର ୮୩ ଛୁଇଁଲା

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ହ୍ରାସ ପାଇବାରେ ଲାଗିଛି। ବୁଧବାର ଆମେରିକୀୟ ମୁଦ୍ରା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି। ୬୧ ପଇସା ହ୍ରାସ ସହ ଗୋଟିଏ ଡଲାରର ବିନିମୟ ମୂଲ୍ୟ ୮୩ ଟଙ୍କା ଅତିକ୍ରମ କରିଛି। ୮୩.୦୧ ସହ ବୁଧବାର କାରବାର ବନ୍ଦ ରହିଛି। ଗତକାଲି ୧୦ ପଇସା ହ୍ରାସ ସହ ଟଙ୍କାର ବିନିମୟ ମୂଲ୍ୟ ପ୍ରତି ଡଲାର ୮୨.୩୯ରେ ବନ୍ଦ ରହିଥିଲା।

ଉଲ୍ଲେଖନୀୟ, ଭାରତ ଜରୁରୀ ବୈଦ୍ୟୁତିକ ଉପକରଣ ସମେତ ଅନେକ ପ୍ରକାରର ଔଷଧ ବିପୁଳ ମାତ୍ରାରେ ଆମଦାନୀ କରିଥାଏ। ଅଧିକାଂଶ ମୋବାଇଲ୍ ଏବଂ ଗ୍ୟାଜେଟ୍ ଚୀନ ଏବଂ ଅନ୍ୟ ପୂର୍ବ ଏସିଆ ସହରଗୁଡିକରୁ ଆମଦାନୀ ହୋଇଥାଏ। ଯଦି ଟଙ୍କାର ବିନିମୟ ମୂଲ୍ୟ ଏହି ପରି ହ୍ରାସ ପାଇଚାଲେ ତେବେ ଆମଦାନୀ ଆହୁରି ମହଙ୍ଗା ହୋଇଯିବ ଏବଂ ଏହାର ସିଧାସଳଖ ପ୍ରଭାବ ଜନତାଙ୍କ ପକେଟ୍ ଉପରେ ପଡିବ।

ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତ ଅଶୋଧିତ ତୈଳ ଦର ଆମଦାନୀ କରିଥାଏ। ଏମିତିରେ ଟଙ୍କା ଦୁର୍ବଳ ହେବାରୁ ରୋଷେଇରେ ବ୍ୟବହୃତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ ବୃଦ୍ଧି ଘଟିପାରେ। ଏହା ଆପଣଙ୍କ ବଜେଟ୍‌କୁ ସିଧାସଳଖ ପ୍ରଭାବିତ କରିପାରେ। ପେଟ୍ରୋଲ-ଡିଜେଲ୍ ମହଙ୍ଗା ହେଲେ ଏହାର ପ୍ରଭାବ ସବୁସ୍ତରରେ ପଡିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.