ଆମେରିକା ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସିଲା ଭାରତୀୟ ରୁପୀ; ଡଲାରକୁ ୭୭.୫୨ ଟଙ୍କା ହେଲା

Published By : Prameya-News7 Bureau | May 09, 2022 IST

ନୂଆଦିଲ୍ଲୀ: ଆମେରିକାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସିଛି। ସୋମବାର ସକାଳୁ ଡଲାରର ତୁଳନାରେ ଭାରତୀୟ ରୁପୀର ମୂଲ୍ୟ ବର୍ତ୍ତମାନ ୭୭.୫୨ ଟଙ୍କା ହୋଇଛି। ଯାହା ସର୍ବକାଳୀନ ରେକର୍ଡ। ଇକ୍ୟୁଟି ଇନ୍‌ଭେଷ୍ଟରମାନଙ୍କୁ ଏହାର ଚାପ ସହିବାକୁ ପଡ଼ିପାରେ। ତା ସହିତ ସୁନା ମୂଲ୍ୟ ଉପରେ ବି ଏହାର ପ୍ରଭାବ ପଡ଼ିପାରେ। ସୁନା ମୂଲ୍ୟ ବୃଦ୍ଧି ପାଇପାରେ।

ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ହେବା ଏଫ୍‌ପିଆଇ(ଫରେନ୍ ପୋର୍ଟଫୋଲିଓ ଇନ୍‌ଭେଷ୍ଟମେଣ୍ଟ)କୁ ବୃଦ୍ଧି କରିପାରେ। ଯାହାଦ୍ୱାରା ସୁନା ମୂଲ୍ୟରେ ବଢ଼ିପାରେ ଅର୍ଥନୀତି ବିଶ୍ଳେଷକ କହିଛନ୍ତି। ତେବେ ଲଗାତର ବିଦେଶୀ ପାଣ୍ଠିର ଖର୍ଚ୍ଚ, ତେଲ ରେଟ୍ ବଢ଼ିବା, ଏବଂ ଡଲାର ମୂଲ୍ୟ ବୃଦ୍ଧି ପାଇବା ଯୋଗୁ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି ବୋଲି ମେହେଟା ଇକ୍ୟୁଟିସ୍ ଭାଇସ୍ ପ୍ରେସିଡେଣ୍ଟ ରାହୁଲ କଲାନ୍ତ୍ରୀ କହିଛନ୍ତି।

ବିଏସ୍‌ଇ ବେଞ୍ଚମାର୍କ ସେନସେକ୍ସ ସୋମବାର ୫୪.୪୬୮.୧୯ ପଏଣ୍ଟ  ସହ ୩୬୭.୩୯ ପଏଣ୍ଟରେ ଟ୍ରେଡ୍ କରୁଥିଲା। ସେହିପରି ନିଫ୍‌ଟି ୧୬.୩୦୧.୧୫ ପଏଣ୍ଟରେ ଟ୍ରେଡ୍‌ରେ ୧୧୦.୧ ପଏଣ୍ଟ କମ ରହିଥିଲା। ବିଦେଶୀ ପାଣ୍ଠିର ବହୁଳ ଖର୍ଚ୍ଚ ଓ ଆର୍‌ବିଆଇର ସୁଧ ହାର ବୃଦ୍ଧି ମଧ୍ୟ ମାର୍କେଟ୍‌ର ବାନ୍ଦାବସ୍ଥା ପାଇଁ ଦାୟୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.