ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

Published By : Prameya-News7 Bureau | April 17, 2024 IST

କରଞ୍ଜିଆ ୧୭।୪:  ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର । ୪୯ ନମ୍ବର ଜାତୀୟ ରାଜପଥର ସିଙ୍ଗଡା ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଏକ ଲୁହାପଥର ବୋଝେଇ ୧୪ ଚକିଆ ଟ୍ରକଟି କେନ୍ଦୁଝର ପଟୁ କୋଲାକତା ଅଭିମୁଖେ ଯାଉଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ସିଙ୍ଗଡା ଛକ ନିକଟରେ ନିଆଁ ଲାଗିଯାଇଥିଲା । ଫଳରେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା ଟ୍ରକ୍ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି । ରାସ୍ତା ଉପରେ ନିଆଁ ଲାଗିଥିବାରୁ ଉଭୟ ପଟରେ ଶହ ଶହ ଟ୍ରକ୍ ଅଟକି ରହିଛି । ତେବେ ନିଆଁ କିପରି ଲାଗିଲା ଜଣାପଡି ନଥିଲେ ବି ପ୍ରବଳ ରୌଦ୍ରତାପ ଯୋଗୁଁ ଟାୟାର ଗରମ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

You Can Read :

ନିଆରା ପରମ୍ପରା, ଏହିଠାରେ ରାତିରେ ଟଣା ହୁଏ ରୁକୁଣା ରଥ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.