ଚଳନ୍ତା କାରରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ଇଂଜିନିୟର

Published By : Prameya-News7 Bureau | January 19, 2019 IST

ମୋହାଲି ୧୯/୧ : କାରରେ ନିଆଁ ଲାଗି ଜଣେ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି । ଚଣ୍ଡୀଗଡ଼ ମୋହାଲିରେ ଶୁକ୍ରବାର ରାତିରେ ସେକ୍ଟର ୭୯-୮୦ ସ୍ଥିତ ବନୁଡ ଲାଣ୍ଡରା ରୋଡ ନିକଟରେ ଏକ ଚଳନ୍ତା କାରରେ ନିଆଁ ଲାଗିଗଲା | କାରରେ ୩୮ ବର୍ଷ ବୟସ୍କ ଇଂଜିନିୟର ଥିଲେ | ନିଆଁ ଲାଗିବାରୁ ଇଂଜିନିୟର କାର ଭିତରେ ଜିଅନ୍ତା ଜଳିଗଲେ | ମୃତ ଇଂଜିନିୟରଙ୍କ ନାଁ ମାଧବ ଚତୁର୍ବେଦୀ | ସେ ହରିୟାଣା ସ୍ଥିତ ଆଇଡ଼ିଆ ଅଫିସରେ ଏଜିଏମ ପଦବୀରେ ଥିଲେ |

{"id":75780}

ସେ ମୋହାଲିର ସେକ୍ଟର-୧୦୮ ରେ ରହୁଥିଲେ | ରାତି ୧୧ଟା ବେଳେ ମାଧବ ନିଜ ଘରୁ ବାହାରିଥିଲେ | ପାଖାପାଖି ୧୦ କିଲୋମିଟର ଦୂର ଯିବା ପରେ ତାଙ୍କ ଆଇ-୧୦ କାରରେ ନିଆଁ ଲାଗିଯାଇଥିଲା | ଖବର ପାଇ ପୋଲିସ ଏବଂ ଫରେନସିକ ଟିମ ଘଟଣାସ୍ଥଳରେ ପହଂଚିଥିଲେ | ୨ ଘଣ୍ଟା ଯାଏଁ ଛାନଭିନ କରିବା ପରେ ଫରେନସିକ ଟିମ ୧୩ଟି ନମୁନା ସଂଗ୍ରହ କରିଥିଲେ | ଏହି ନମୁନାରେ ରକ୍ତ ନମୁନା, ଏକ ପୋଡା ହାଡ, କିଛି ମାଂସ ଟୁକୁଡା ଜବତ କରିଛି | ପ୍ରଥମେ ଶବର ଡିଏନଏ ଟେଷ୍ଟ ହେବ ବୋଲି ଫରେନସିକ ଟିମ କହିଛି | ଡିଏନଏ ରିପୋର୍ଟ ପରେ ସ୍ପଷ୍ଟ ହେବ ଯେ, ଶବ ମାଧବର ନା ଆଉ କାହାର ବୋଲି ପୋଲିସ କହିଛି |

କାରରୁ ବାହାରୁଥିବା ନିଆଁରେ ପାଖରେ ଥିବା ୩୦ ଫୁଟ ଉଚ୍ଚର ଗଛ ମଧ୍ୟ ଜଳିଯାଇଛି | କାର ମାଧବ ଚତୁର୍ବେଦଙ୍କ ନାଁରେ ରେଜିଷ୍ଟାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି | କାରର କାଗଜପତ୍ରରେ ପଞ୍ଚକୁଲାର ଆଇଟି କମ୍ପାନୀର ଠିକଣା ରେଜିଷ୍ଟର ହୋଇଛି | ପରଦିନ ସକାଳେ ସେକ୍ଟର-୧୦୮ ରେ ରହୁଥିବା ମାଧବଙ୍କ ଜଣେ ପଡୋଶୀ ଅମିତ ପିଲାଙ୍କୁ ସ୍କୁଲ ଛାଡିବାକୁ ଯିବାବେଳେ ରାସ୍ତାରେ ଭିଡ ଜମାହୋଇଥିବା ଦେଖିଥିଲେ | ସେ ପାଖକୁ ଯାଇ ମାଧବର ଗାଡିକୁ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ |

{"id":75781}

ମାଧବଙ୍କ ପତ୍ନୀ, ପୁଅ ଓ ଝିଅ କୋଟା ଯାଇଥିଲେ | ମାଧବଙ୍କ ସମ୍ପର୍କୀୟ ସୁବୋଧ ଚତୁର୍ବେଦୀ କହିଛନ୍ତି ଯେ, ଏହା ଦୁର୍ଘଟଣା ନୁହଁ ବରଂ ତାଙ୍କୁ ହତ୍ୟା କରାଯାଇଛି | କେହି ଗାଡିରେ ନିଆଁ ଲଗାଇ ତାଙ୍କର ହତ୍ୟା କରିଛି | କାରଣ ଗାଡିରେ ନିଆଁ ଲାଗିବା ଏବଂ ଚାଳକ ବାହାରକୁ ନବାହାରିବା ସମ୍ଭବ ନୁହେଁ | ଗାଡିରେ ନିଆଁ ଲାଗିବା କ୍ଷଣି ଚାଳକ ତୁରନ୍ତ ବାହାରି ଯାଇଥାଏ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.