Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୩ କିଲୋ ଗଞ୍ଜେଇ ସହିତ ବୋଲେରୋ ଜବତ; ୨ ଚୋରା ଚାଲାଣକାରୀ ଗିରଫ
  • ||
  • ଦେଶରେ କମିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮୮୧୩ କରୋନା ପଜିଟିଭ୍
  • ||
  • ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ
  • ||
  • ଭାରତକୁ ବଡ ଝଟ୍‌କା ଦେଲା ଫିଫା : ଏଆଇଏଫଏଫକୁ କଲା ସସପେଣ୍ଡ୍, ମହିଳା ବିଶ୍ୱକପ ଆୟୋଜନ ଅଧିକାର ବି ଛଡାଇ ନେଲା
  • ||
  • ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା ଓ୍ୱେବସାଇଟ୍
  • ||
  • ମଙ୍ଗଳବାର ବିହାର କ୍ୟାବିନେଟର ସଂପ୍ରସାରଣ, ଶପଥ ନେବେ ୩୧ ମନ୍ତ୍ରୀ
  • ||

ଗୋଟିଏ ବଲରେ ଦୁଇ ରନ୍ ଆଉଟ୍, ପୁଣି ୫ ରନ୍ : ଦର୍ଶକଙ୍କ କ୍ରେଜ୍ ବଢାଇଲା ଶେଷ ବଲର ରୋମାଞ୍ଚ

25/05/2022 at 7:58 AM

ନୂଆଦିଲ୍ଲୀ ୨୫/୦୫: ମଙ୍ଗଳବାର ଆଇପିଏଲରେ ଖେଳାଯାଇଥିଲା କ୍ୱାଲିଫାୟର ୧ । ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୧୮୮ ରନ୍ କରିଥିଲା ରାଜସ୍ଥାନ । ଯାହାକୁ ଚେଜ୍ କରିନେଇଥିଲା ଟାଇଟନ୍ସ । ତେବେ ମ୍ୟାଚର ପ୍ରଥମ ଇନିଂସରେ କିଛି ଖାସ୍ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା କ୍ରିକେଟରେ ଖୁବ କମ୍ ହୋଇଥାଏ ।

ଗୋଟିଏ ବଲ ଦୁଇ ରନ୍ ଆଉଟ୍

ରାଜସ୍ଥାନ ରୟାଲ୍ସ ପାଳିର ଶେଷ ବଲରେ ହିଁ ଦୁଇଟି ରନ୍ ଆଉଟ୍ ହୋଇଥିଲା । ଏହାସହ ୫ ରନ୍ ମଧ୍ୟ ହୋଇଥିଲା । ଏହା ଶୁଣିବାକୁ ଅଜବ ଲାଗିଲେ ବି ସତ ।

ମ୍ୟାଚର ପ୍ରଥମ ଇନିଂସର ୧୯.୬ ଓଭରରେ ଷ୍ଟ୍ରାଇକରେ ଥିଲେ ଜସ୍ ବଟଲର । ଏହି ସମୟରେ ସେ ସଟ୍ ଖେଳି ଦୁଇ ରନ୍ ନେବାକୁ ଚାହିଁଥିଲେ । ତେବେ ସେ ଗୋଟିଏ ରନ୍ ପୂରଣ କରିପାରିଥିଲେ । ଦ୍ୱିତୀୟ ରନ୍ ପୂରା କରିବା ପୂର୍ବରୁ ସେ ରନ୍ ଆଉଟ୍ ହୋଇଯାଇଥିଲେ । କିନ୍ତୁ ଏହା ନୋ ବଲ ଥିଲା । ତେଣୁ ରନ୍ ଆଉଟ୍‌କୁ ଗଣତି କରାଯାଇଥିଲା ତେବେ ଆଉ ଥରେ ବଲ୍ ଫିଙ୍ଗିଥିଲେ ବୋଲର ।

ପରବର୍ତ୍ତୀ ବଲ ଫ୍ରି ହିଟ୍ ଥିଲା । ଆଉ ଷ୍ଟ୍ରାଇକରେ ଥିଲେ ଆର ଅଶ୍ୱୀନ । ସେ ଯେଉଁ ବଲ ପକାଇଥିଲେ ତାହା ଓ୍ୱାଇଡ୍ ହୋଇଯାଇଥିଲା ଓ ନନ୍ ଷ୍ଟ୍ରାଇତରେ ଥିବା ରିଆନ ପରାଗ ରନ୍ ନେବାକୁ ଦୌଡି ଥିଲେ ।କିନ୍ତୁ ଅଶ୍ୱୀନ କ୍ରିଜ୍ ଛାଡିନଥିଲେ । ଆଉ ଓ୍ୱିକେଟ୍ କିପର ରିଦ୍ଧିମାନ ଶାହ ବଲକୁ ନନ୍ ଷ୍ଟ୍ରାଇକର ଏଣ୍ଡକୁ ପକାଇଥିଲେ ଓ ରିଆନ ଆଉଟ୍ ହୋଇଥିଲେ । ତେବେ ଏହା ଓ୍ୱାଇଡ୍ ଥିବାରୁ ବୋଲର ଆଉ ଥରେ ବଲ୍ ଫିଙ୍ଗିଥିଲେ । ଅଶ୍ୱୀନ ଦୁଇ ରନ୍ ନେଇଥିଲେ । ଅର୍ଥାତ ଶେଷ ବଲ ପକାଇବା ପାଇଁ ତିନୋଟି ବଲ ଦରକାର ହେଲା । ଏପରି ଭାବେ ଗୋଟିଏ ଭାଲିଡ୍ ବଲରେ ରାଜସ୍ଥାନର ଦୁଇ ଜଣ ବ୍ୟାଟର୍ ଆଉଟ୍ ହୋଇଥିବା ବେଳେ ଦଳ ୫ ରନ୍ ହାସଲ କରିଥିଲା  ।

   Related Posts