ନୂଆଦିଲ୍ଲୀ ୨୦।୦୭: ରାଜସ୍ଥାନରେ ଅଡିଓ ଟେପ୍ ଭାଇରାଲ୍ ମାମଲାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଏହି ଟ୍ୟାପ୍ ବିଧାୟକଙ୍କ କିଣାବିକା ସହ ସମ୍ବନ୍ଧିତ। ଏହାକୁ ଦୃଷ୍ଟିରେ ରଖି ଗେହଲଟ ସରକାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତଙ୍କ ବିରୋଧରେ କେସ୍ ରୁଜୁ କରିଛନ୍ତି। ଜାଣିଛନ୍ତି ଭାରତରେ ଫୋନ ଟ୍ୟାପିଂର ନିୟମ କଣ ? କେଉଁ ବ୍ୟକ୍ତିଙ୍କ ଫୋନ୍ କେଉଁ ଆଧାରରେ ଟ୍ୟାପ୍ କରାଯିବ, ଏଥିପାଇଁ କାହାର ଅନୁମତି ଦରକାର। ଏସବୁର ନିୟମ କାଇଦା ମଧ୍ୟ ରହିଛି।
ସର୍ଭିଲାନ୍ସ ଉପରେ ବହୁତ ଅଭିଜ୍ଞତା ଥିବା ନୋଏଡା ଡିଏସପି ଏସଟିଏଫ ବିନୋଦ ସିଂହ ସିରୋହି କହିଛନ୍ତି, ଫୋନ ଟ୍ୟାପିଂ ପାଇଁ ପୁଲିସ ପ୍ରଶାସନକୁ ଗୃହ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡିଥାଏ। କୌଣସି ବି ବ୍ୟକ୍ତିର ଫୋନ ଟ୍ୟାପିଂ କରିବା ସହଜ ନୁହେଁ। ଏଥିପାଇଁ ଅନେକ ନିୟମ ରହିଛି।
{"id":303101,"sizeSlug":"large"}ଅଧିକାରୀଙ୍କ ଅନୁଯାୟୀ, ଆଭ୍ୟନ୍ତରୀଣ ସୁରକ୍ଷା କିମ୍ବା ଦେଶର ସୁରକ୍ଷା ପ୍ରସଙ୍ଗରେ ଯେବେ ଆଇନ୍ ବ୍ୟବସ୍ଥା ଲାଗି ଅନ୍ୟ ଉପାୟ କାମ ଦିଏନି ସେହି ସମୟରେ ହିଁ ଫୋନ ଟ୍ୟାପିଂର ସାହାରା ନିଆଯାଏ। ଏହା ପୂର୍ବରୁ ଟ୍ରେସିଂର ସମସ୍ତ ପ୍ରକ୍ରିୟା ଆପଣା ଯାଇଥାଏ। ଏହା ପରେ ଯାଇ ସର୍ବ ଶେଷରେ ଅନ୍ତିମ ବିକଳ୍ପ ଭାବେ ଫୋନ ଟ୍ୟାପିଂକୁ ଉପଯୋଗ କରାଯାଏ।
ପୁଲିସ ତଦନ୍ତ ସମୟରେ ଯେବେ ଆଭ୍ୟନ୍ତରୀଣ ପ୍ରସଙ୍ଗ ଆସେ, ତୁରନ୍ତ କୌଣସି ବ୍ୟକ୍ତିଙ୍କୁ ସର୍ଭିଲାନ୍ସରେ ନେଇ ଏହାର ଫୋନ୍ ଟ୍ୟାପିଂର କରାଯିବାର ଆବଶ୍ୟକତା ପଡେ ତେବେ ଏଥିପାଇଁ ସାତ ଦିନର ଅନୁମତି ମିଳିପାରେ। ଏହି ଅନୁମତି ଆଇଜିସ୍ତରୀୟ ଅଧିକାରୀଙ୍କଠୁ ମିଳିଥାଏ, କିନ୍ତୁ ସରକାରଙ୍କଠୁ ମଧ୍ୟ ଅନୁମତି ନେବା ଜରୁରୀ ଅଟେ।
{"id":303102,"sizeSlug":"large"}ଦେଶ ମାମଲାରେ ଅନୁମତି ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ମାମଲାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କ୍ଷମତା ଦେଇଛନ୍ତି। ଗୃହ ସଚିବଙ୍କ ପାଖରେ ରାଜ୍ୟସ୍ତରୀୟ ଅପରାଧ କିମ୍ବା ଆଭ୍ୟନ୍ତୀଣ ସୁରକ୍ଷା ପରି ଗୁରୁତ୍ଵପୂର୍ଣ୍ଣ ମାମଲାରେ ଫୋନ ଟ୍ୟାପିଂର ଅନୁମତି ଦେବାର ଅଧିକାର ରହିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଭାରତୀୟ ଟେଲିଗ୍ରାଫିକ ଅଧିନିୟମ, ୧୮୮୫ର ଧାରା ୫(୨) ଆଧାରରେ ଲୋକଙ୍କ ଫୋନ ଟ୍ୟାପ୍ କରିବାର ଅଧିକାର ରହିଛି। ଫୋନ ଟ୍ୟାପ୍ ସର୍ତ୍ତ ଆଧାରରେ ହୋଇଥାଏ ଯେବେ ତଦନ୍ତର ଆବଶ୍ୟକ ପଡିଥାଏ। ଏହା ପରେ ନ୍ୟାୟିକ ପ୍ରକ୍ରିୟାର ପ୍ରାଧୀକରଣ ଓ ଏଜେନ୍ସି ସେହି ବ୍ୟକ୍ତିଙ୍କ ଫୋନ ବାର୍ତ୍ତାଳପର ରେକର୍ଡ କରିଥାନ୍ତି ଯାହା ସନ୍ଦେହ ଘେରକୁ ଆସେ। ନିୟମ ଅନୁଯାୟୀ ରାଜନୈତିକ ନେତାଙ୍କ ଟେଲିଫୋନିକ କଥାବାର୍ତ୍ତାକୁ ଟ୍ୟାପ୍ କରାଯାଇ ପାରିବ ନାହିଁ।
{"id":303103,"sizeSlug":"large"}ଗତ ଏକ ଦଶନ୍ଧିରେ ଫୋନ୍ ଟ୍ୟାପିଂର ଅନେକ ମାମଲା ସାମ୍ନାକୁ ଆସିଛି ଯାହା ସଂପୂର୍ଣ୍ଣ ମାତ୍ରାରେ ରାଜନୈତିକ ଏଜେଣ୍ଡାରେ ପରିଣତ ହୋଇଛି। ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହେ। ଅଭିଯୋଗ ହୁଏ ଯେ, ଶାସକ ଦଳର ଆଦେଶରେ ସରକାର ଦ୍ଵାରା ଫୋନ୍ ଟ୍ୟାପିଂ କରାଯାଉଛି। ଏହି ମାମଲାକୁ ଦୃଷ୍ଟିରେ ରଖି ପିପୁଲ୍ସ ୟୁନିୟନ ଅଫ ସିଭିଲ ଲିବର୍ଟିଜ(PUCL) ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନହିତ ଯାଚିକା ଦାଖଲ କରି ଇଲେକ୍ଟ୍ରୋନିକ୍ ଟ୍ୟାପିଂ ଉପରେ ଆଇନ୍କୁ ସ୍ପଷ୍ଟ କରିବାକୁ ଅନୁରୋଧ କରିଛନ୍ତି।