oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବଦଳିବ ଓଭରଟାଇମ୍ ନିୟମ, ୧୫ ମିନିଟ୍ ବି ଅଧିକ କାମ କଲେ ମିଳିବ ପାରିଶ୍ରମିକ

15/02/2021 at 12:58 PM

ନୂଆଦିଲ୍ଲୀ ୧୫।୨: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ୪ଟି ଶ୍ରମ ସଂହିତା ଅନୁଯାୟୀ ନିୟମ ଚୂଡାନ୍ତ କରିଛି । ଏହା ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରି ବାସ୍ତବ ରୂପ ଦେବାକୁ ଏକ ପଥ ପରିସ୍କାର କରିଛି।

ଦରମା, ଶିଳ୍ପ ସମ୍ପର୍କ, ସାମାଜିକ ସୁରକ୍ଷା ଏବଂ ବୃତ୍ତିଗତ ସୁରକ୍ଷା ଏବଂ ସ୍ବାସ୍ଥ୍ୟ ଓ କାର୍ଯ୍ୟ କରିବାର ସ୍ଥିତି ଉପରେ ୪ଟି ବିସ୍ତୃତ ସଂହିତା ରାଷ୍ଟ୍ରପତିଙ୍କ ସହମତି ପାଇବା ପରେ ଅଧିସୂଚିତ କରାଯାଇସାରିଛି । କିନ୍ତୁ ଏହି ୪ଟି ସଂହିତା କାର୍ଯ୍ୟକାରୀ କରିବା ପାଇଁ ନିୟମକୁ ଅଧିସୂଚିତ କରାଯିବା ଆବଶ୍ୟକ । ବର୍ତ୍ତମାନ ମନ୍ତ୍ରଣାଳୟ ୪ଟି ସଂହିତା ଡ୍ରାଫ୍ଟ ନିୟମ ଉପରେ ପରାମର୍ଶ ପ୍ରକ୍ରିୟା ଶେଷ କରିଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସରକାର ନୂଆ ନିୟମ ଅନୁଯାୟୀ ଓଭରଟାଇମ୍ ସମୟ ସୀମା ବଦଳାଇ ପାରନ୍ତି । ନୂଆ ନିୟମ ଅନୁଯାୟୀ, ଯଦି ନିର୍ଦ୍ଧାରିତ ଘଣ୍ଟା ଅପେକ୍ଷା ୧୫ ମିନିଟ୍ ଅଧିକ କାମ କରାଯାଏ, ତେବେ ଏହାକୁ ଓଭରଟାଇମ୍ ଶ୍ରେଣୀରେ ରଖାଯିବ । ଏଥିପାଇଁ କମ୍ପାନୀକୁ କର୍ମଚାରୀଙ୍କୁ ଏ ନେଇ ପାରିଶ୍ରମିକ ଦେବାକୁ ପଡିବ ।

ପୂର୍ବରୁ ଏହି ସମୟ ସୀମା ଅଧ ଘଣ୍ଟାଏ ଥିଲା । ଶ୍ରମ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ସମସ୍ତ ହିତାଧିକାରୀଙ୍କ ସହ ପରାମର୍ଶ କରିଛି । ଏହି ମାମଲା ସହ ଜଡିତ ଅଧିକାରୀଙ୍କ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଶେଷ ହେବ ଏବଂ ନିୟମ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇପାରେ । ସରକାର ଆଶା କରୁଛନ୍ତି ଯେ, ଏହି ନୂଆ ନିୟମ ସହିତ ବ୍ୟବସାୟିକ କାର୍ଯ୍ୟକଳାପର ଉନ୍ନତି ସହିତ ଶ୍ରମିକଙ୍କ ଅବସ୍ଥା ମଧ୍ୟ ବଦଳିଯିବ ।

ନୂଆ ନିୟମ ଅନୁଯାୟୀ, ଚୁକ୍ତିରେ କାମ କରୁଥିବା କିମ୍ବା ତୃତୀୟ ପକ୍ଷ ଅଧୀନରେ କାମ କରୁଥିବା ଲୋକଙ୍କୁ ଆସ୍ବସ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଏପରି ବ୍ୟବସ୍ଥା କରାଯାଇଛି ଯାହା ଦ୍ବାରା ଚୁକ୍ତିରେ କାମ କରୁଥିବା ଲୋକଙ୍କୁ ଦରମା କକାଟି ଦିଆଯାଇପାରିବ ନାହିଁ । ସରକାର, ଟ୍ରେଡ୍ ୟୁନିଅନ ଏବଂ ଶିଳ୍ପ ସହ ଆଲୋଚନା ପରେ ସହମତ ପ୍ରକାଶ ପାଇଛି ଯେ, କେବଳ ପ୍ରମୁଖ ନିଯୁକ୍ତିଦାତା ଅର୍ଥାତ୍ କମ୍ପାନୀଗୁଡିକ ନିଶ୍ଚିତ କରିବେ ଯେ ସେମାନେ ସମ୍ପୂର୍ଣ୍ଣ ବେତନ ପାଇବେ ।

କର୍ମଚାରୀମାନେ ମଧ୍ୟ ପିଏଫ ଏବଂ ଇଏସଆଇ ଭଳି ସୁବିଧାଗୁଡିକର ପରିଚାଳନା ସୁନିଶ୍ଚିତ କରିବାକୁ ନିୟମ ପ୍ରସ୍ତୁତ କରିବାକୁ ସଙ୍କେତ ଦିଆଯାଇସାରିଛି । ସରକାର ଚାହୁଁଛନ୍ତି ଯେ ନୂଆ ବ୍ୟବସ୍ଥା ମାଧ୍ୟମରେ ଏକ କମ୍ପାନୀ କଣ୍ଟ୍ରାକ୍ଟର କିମ୍ବା ତୃତୀୟ ପକ୍ଷର କର୍ମଚାରୀଙ୍କୁ ପିଏଫ ଏବଂ ଇଏସଆଇ ଭଳି ସୁବିଧା ଦିଆଯାଇପାରିବ ନାହିଁ।

   Related Posts