vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଇଡିରେ ହାଜର ହେଲେ ଅଭିନେତା ରବି ତେଜା, ୪ ବର୍ଷ ପୁରୁଣା ମାମଲାର ହେବ ପଚରାଉଚରା

10/09/2021 at 2:11 PM

ମୁମ୍ବାଇ ୧୦/୦୯ : ୨୦୧୭ ଡ୍ରଗ୍ସ ମାମଲା ସହ ଜଡିତ ମନି ଲଣ୍ଡରିଂ ଯାଞ୍ଚ ମାମଲାରେ ଟଲିଉଡ ଅଭିନେତା ରବି ତେଜା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଛନ୍ତି। ଏଜେନ୍ସି ଦେଇଥିବା ସମନର ଜବାବରେ ଅଭିନେତା ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

रवि तेजा

ରବି ତେଜାଙ୍କ ବ୍ୟତୀତ ତାଙ୍କ ଡ୍ରାଇଭର ଏବଂ ସହାୟକ ଶ୍ରୀନିବାସ ମଧ୍ୟ ଇଡି ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି। ଉଭୟଙ୍କୁ ସେମାନଙ୍କର ଆର୍ଥିକ କାରବାର ବିଷୟରେ ପଚରାଯିବାର ସମ୍ଭାବନା ରହିଛି। ଏଥିସହ ମୁଖ୍ୟ ଅଭିଯୁକ୍ତ କେଲ୍‌ଭିନ ମସ୍କାରେନହାସଙ୍କୁ ପୁଣି ପଚରାଉଚରା ପାଇଁ ଡକାଯିବାର ସମ୍ଭାବନା ରହିଛି।

ରବି ତେଜା ଟଲିଉଡର ଷଷ୍ଠ ବ୍ୟକ୍ତି ଯିଏକି ଇଡିରେ ହାଜର ହୋଇଛନ୍ତି। ଏହାପୂର୍ବରୁ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏବଂ ଅଭିନେତା ଚାର୍ମି କୌର, ରକୁଲ ପ୍ରୀତ ସିଂ, ନନ୍ଦୁ ଏବଂ ଦଗ୍‌ଗୁବତୀ ରାଣାଙ୍କୁ ପ୍ରଶ୍ନ ପଚରା ସରିଛି ।

   Related Posts