ପିପିଲିର ନୂଆ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଶପଥ ପାଠ କରାଇଲେ ବାଚସ୍ପତି

Published By : Prameya-News7 Bureau | October 05, 2021 IST

ଭୁବନେଶ୍ବର ୦୫।୧୦: ଶପଥ ନେଲେ ରୁଦ୍ର ମହାରଥୀ । ପିପିଲି ବିଧାୟକ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ମହାରଥୀ । ବିଧାନସଭାରେ ଶପଥପାଠ କରାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

{"id":522557,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହୋଇଥିଲା । ଏଥିରେ ବିଜେଡି ପ୍ରାର୍ଥୀ ତଥା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଥିଲେ । ରୁଦ୍ର ନିଜର ପ୍ରତିନ୍ଦ୍ୱନ୍ଦୀ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ  ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ପିପିଲିର ଏହି ଉପନିର୍ବାଚନରେ ରୁଦ୍ର ପ୍ରତାପ ମହାରଥୀ ୯୬ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ ହଜାରରୁ ଅଧିକ ଭୋଟ ପାଇଥିଲେ । କଂଗ୍ରେସ ପୁଣି ଥରେ ନିଜର ଅମାନତ ହରାଇଥିଲା ।

{"id":522558,"sizeSlug":"full","linkDestination":"none"}

ତେବେ ଅନୁଷ୍ଠିତ ହୋଇଥିବା ପିପିଲି ଉପନିର୍ବାଚନରେ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଥିଲା । ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି । ବିଧାନସଭାରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.