ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପୈଗମ୍ୱର ବିବାଦରେ ଦେଶବ୍ୟାପି ହିଂସା; ପଥର ମାଡ଼ରେ ଆହତ ହେଲା ପୋଲିସ, ସାହାରନ୍‌ପୁରରୁ ୨୧ ଗିରଫ

10/06/2022 at 5:17 PM

ନୂଆଦିଲ୍ଲୀ ୧୦/୦୬ : ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଏବେ ସାରାଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ଏବେ ଉତ୍ତରପ୍ରଦେଶର ସାହାରନପୁର ଓ ଝାଡ଼ଖଣ୍ଡର ରାଞ୍ଚିରେ ଏବେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପୋଲିସ ଉପରେ ଟେକା ପଥର ମାଡ଼ କରାଯାଇଛି।

ସାହାରନ୍‌ପୁରରେ ବିକ୍ଷୋଭ ପ୍ରଦର୍ଶନ କରିବା ଅଭିଯୋଗରେ ପୋଲିସ ୨୧ ଜଣକୁ ଗିରଫ କରିଛି। ସାହାରନପୁର ପୋଲିସ ଟୁଇଟ କରି କହିଛି ‘‘ସାହାରନପୁର ଜିଲ୍ଲାରେ ବିନା ଅନୁମତିରେ ବିକ୍ଷୋଭ ପ୍ରଦର୍ଶନରେ ଯଡ଼ିତ ଥିବା ୨୧ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ  ଚିହ୍ନଟ କରଯାଇ ଗିରଫ କରିବା ପାଇଁ  ଚେଷ୍ଠା କରାଯାଉଛି’’।   

ସେପଟେ ଦିଲ୍ଲୀ ପୋଲିସ କହିଛି ଦିଲ୍ଲୀରେ ଆଜି ଜାମା ମସଜିଦରେ ବିକ୍ଷୋଭ ପ୍ରଦର୍ଶନ କରିବା ପଛରେ କିଛି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ କରିଥିବା ଲୋକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

ଅନ୍ୟପଟେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକଡ଼ ଏନେଇ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଅପଡେଟ୍‌ ରାଜ୍ୟର ମୁଖ୍ୟ ସଚିବଙ୍କୁ ମାଗିଛନ୍ତି। ଧନକଡ଼ ଟୁଇଟ୍‌ କରି କହିଛନ୍ତି  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଆଶା କରାଯାଉଛି ବିଶୃଙ୍ଖଳା ସୃଷ୍ଟି କରିଥିବା ଲୋକମାନଙ୍କୁ  ଉପରେ ସେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ସେମାନଙ୍କୁ କ୍ଷମା କରାଯିବ ନାହିଁ।

ରାଞ୍ଚିର ଡିଆଇଜି ଅନିଶ ଗୁପ୍ତା କହିଛନ୍ତି ‘‘ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆମେ ଆମ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛୁ। ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବରିଷ୍ଠ  ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏଠାରେ ଉତ୍ତେଜନାମୂଳକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆମେ ସମସ୍ତ ଚେଷ୍ଠା କରୁଛୁ।  

   Related Posts