ମର୍ମନ୍ତୁଦ ଦୁର୍ଘଟଣା : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
2/12/2020 at 9:35 AM

କୌଶାମ୍ବି ୨/୧୨: ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଛି।
ଦେବୀଗଞ୍ଜ ନିକଟରେ ବିବାହ ଭୋଜିକୁ ଆସିଥିବା ସ୍ପୋର୍ପିଓ ଉପରେ ଏକ ବାଲି ଭର୍ତ୍ତି ଟ୍ରକ୍ ଓଲଟି ଯାଇଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି।
ବରଯାତ୍ରୀ କୋଖରାଜ ଥାନାର ଶହଜାଦପୁରରୁ ଦେବୀଗଞ୍ଜ ସ୍ଥିତ ମାହେଶ୍ବରୀ ଗାର୍ଡ଼େନ ଯାଇଥିଲେ। ଘଟଣାର ସୂଚନା ମିଳିବା ମାତ୍ରେ ଜିଲ୍ଲାଧିକାରୀ ଏବଂ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଛି।
Related Posts
ଆମେରିକାକୁ ଚୀନର ନାଲିଆଖି, କହିଲା ତାଇବାନ ମାମଲାରେ ଦୂରେଇ ରୁହ
30 January 2023